ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧରୁ ନିସ୍ତାର ପାଇବ ନାହିଁ’ କହୁ କହୁ ସଂସଦରେ ଟଳିପ‌ଡ଼ିଲେ ତୁର୍କୀ ସାଂସଦ

add-all

wqeq

ଅଙ୍କାରା: ମଙ୍ଗଳବାର ଦିନ ‘ଗ୍ରାଣ୍ଡ୍‌ ନ୍ୟାସ୍‌ନାଲ୍‌ ଆସେମ୍ବ୍‌ଲି’ରେ (ସଂସଦ) ଦେଉଥିବା ଭାଷଣ ଶେଷରେ ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧର ପରିଣାମ’ ଭୋଗିବ ବୋଲି କହିବା କ୍ଷଣି ସାଂସଦ ହସନ୍‌ ବିଟ୍‌ମେଜ୍‌ ଟଳିପଡ଼ିଥିବା କଥା ‘ବିବିସି’ ରିପୋର୍ଟ କରିଛି।

ସଂସଦୀୟ ଅଧିବେଶନର ‘ଲାଇଭ୍‌ଷ୍ଟ୍ରିମ୍‌’ ଚାଲିଥିବାରୁ ସେ ଟଳିପଡ଼ିବାର ଦୃଶ୍ୟର ବି ପ୍ରସାରିତ ହୋଇଯାଇଥିଲା। ସମ୍ପ୍ରତି ଏହି ଦୃଶ୍ୟର ଭିଡିଓ କ୍ଲପ୍‌ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାର ହେଉଛି।

ମଧୁମେହ ରୋଗରେ ପୀଡ଼ିତ ୫୩ ବର୍ଷିୟ ବିଟ୍‌ମେଜ୍‌ଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ସମ୍ବାଦପତ୍ର ‘ଡେଲି ସବାହ୍‌’ ରିପୋର୍ଟ କରିଛି।

ସମ୍ବାଦପତ୍ର ‘ଦି ଟାଇମ୍‌ସ୍‌ ଅଫ୍ ଇଜ୍ରାଏଲ୍‌’ ରିପୋର୍ଟ କରିଛି ଯେ, ହୃଦ୍‌ଘାତ ହେବାରୁ ସାଂସଦ ବିଟ୍‌ମେଜ୍‌ ପଡ଼ିଗଲେ।

ରକ୍ଷଣଶୀଳ ‘ଫେଲିସିଟି ପାର୍ଟି’ର ନେତା ୫୩ ବର୍ଷିୟ ହସନ୍‌ ବିଟ୍‌ମେଜ୍‌ ତୁର୍କୀର ସଂସଦର ‘ମହାସଭା’ରେ ଉଦ୍‌ବୋଧ ଶେଷ କରିବା ପୂର୍ବରୁ କହିଲେ ଯେ, ଆମେ ଆମ ବିବେକଠାରୁ ଲୁଚି ରହିପାରନ୍ତି, କିନ୍ତୁ ଇତିହାସଠାରୁ ନୁହେଁ। ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍‌କୁ ଉଦ୍ଦେଶ୍ୟ କରି ସେ କହିଲେ, ତୁମେ ‘ଆଲ୍ଲା’ଙ୍କ କ୍ରୋଧରୁ ବର୍ତ୍ତି ପାରିବ ନାହିଁ।

ତା’ପରେ ‘ମୁଁ ଆପଣମାନଙ୍କୁ ଅଭିବାଦନ ଜଣାଉଛି’ କହୁ କହୁ ସେ ପଡିୟମ୍‌ ନିକଟରେ ପଡ଼ିଯିବାରୁ ଚଟାଣରେ ତାଙ୍କ ମୁଣ୍ଡ ପିଟି ହୋଇଗଲା। ଅନ୍ୟ ସାଂସଦମାନ‌େ ତୁରନ୍ତ ତାଙ୍କ ନିକଟକୁ ଧାଇଁ ଗଲେ।

ତୁର୍କୀର ସ୍ବାସ୍ଥ୍ୟମନ୍ତ୍ରୀ ଫରେତିନ୍‌ କୋକା କହିଛନ୍ତି, ବିଟ୍‌ମେଜ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଓ ଉଦ୍‌ବେଗଜନକ ରହିଛି।

ad-week
Leave A Reply

Your email address will not be published.