ଲୋକସଭା ସୁରକ୍ଷା ଭଙ୍ଗ ଘଟଣା; ୮ କର୍ମଚାରୀ ନିଲମ୍ବିତ

Lok_Sabha__1702534630

ନୂଆଦିଲ୍ଲୀ : ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ। ଗତକାଲି ହଠାତ୍ ସଂସଦ ଭବନକୁ ପଶି ଦୁଇ ଯୁବକ ଗ୍ୟାସ୍ ସ୍ପ୍ରେ କରିଥିଲେ।
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଲୋକସଭା ସେକ୍ରେଟାରିଏଟ। ଦାୟିତ୍ୱରେ ଅବହେଳା ଦର୍ଶାଇ ଆଠ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ, ଗତକାଲି ଦୁଇ ଜଣ ଯୁବକ ଭିଜିଟର୍ସ ପାସ୍ ଦେଖାଇ ଦର୍ଶକ ଗ୍ୟାଲେରୀକୁ ଯାଇଥିଲେ। ଗୃହରେ ଶୂନ୍ୟକାଳ ଚାଲିଥିବା ସମୟରେ ଏମାନେ ହଠାତ୍ ସାଂସଦଙ୍କ ଟେବୁଲ୍ ଉପରୁ ଲମ୍ଫ ମାରିଥିଲେ। ସାଂସଦମାନେ ସେମାନଙ୍କୁ କାବୁ କରିବା ପୂର୍ବରୁ କିଛି ହଳଦିଆ ଗ୍ୟାସ୍ ସ୍ପ୍ରେ କରି ପୂରା ଗୃହକୁ ଧୂଆଁମୟ କରି ଦେଇଥିଲେ। କେବଳ ଏତିକି ନୁହେଁ, ସଂସଦ ବାହାରେ ମଧ୍ୟ କିଛି ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମାନେ ମଧ୍ୟ ହଳଦୀଆ ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହି ଘଟଣା ପରେ ତୁରନ୍ତ ବାଚସ୍ପତି ଓମ୍ ବିର୍ଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭିଜିଟର୍ସ ପାସକୁ ରଦ୍ଦ କରି ଦେଇଛନ୍ତି।
ଖବର ମୁତାବକ, ମୈସୁର ସାଂସଦ ପ୍ରତାପ ସିମ୍ହାଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଜଣେ ଅଭିଯୁକ୍ତ ପ୍ରବେଶ କରିଥିଲେ। କିନ୍ତୁ କଡା ସୁରକ୍ଷା ସତ୍ତ୍ୱେ କିପରି ଗ୍ୟାସ୍ ଭର୍ତ୍ତି ପାଇପ୍ ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷରେ ଆଜି ଆଠ ଜଣଙ୍କୁ ଲୋକସଭା ସେକ୍ରେଟାରିଏଟ୍ ନିଲମ୍ବନ କରିଛନ୍ତି।
ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ଆଜି ଗୃହ ଆରମ୍ଭ ହେଉ ହେଉ ଭିଜିଟର୍ସ ପାସ୍ ଦେଇଥିବା ସଂସଦ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଲମ୍ବନ ଦାବି କରିଛନ୍ତି ବିରୋଧୀ। ଘଟଣାକୁ ନେଇ ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି।

ad-week
Leave A Reply

Your email address will not be published.