‘ସେଲ୍‌ଫି’ ଉଠାଇଲା ବେଳେ ଆକ୍ରମଣ କଲା ସିଂହ; ଗୁରୁତର ଆହତ‌ ହେଲେ ୨୦ ବର୍ଷିୟ ଯୁବକ

add-all

lio

ଲାହୋର୍‌: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିଂହ ସହିତ ସେଲ୍‌ଫି ଉଠାଇବାକୁ ଉଦ୍ୟମ କରିଥିବା ଜଣେ ୨୦ ବର୍ଷିୟ ଯୁବକ ତା’ର ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି।
ପୁଲିସ କହିଛି,ଲାହୋରରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର ସାର୍ଗୋଧା ସହରରେ ସରକାରଙ୍କ ‘ଉଦ୍ୟାନ ଓ ଉଦ୍ୟାନ-କୃଷି କର୍ତ୍ତୃପକ୍ଷ’ଙ୍କଦ୍ବାରା ଆୟୋଜିତ ‘ଲୋକ ମେଳା’ରେ ମଙ୍ଗଳବାର ଦିନ ଏଭଳି ଦୁଃଖଦ ଘଟଣା ଘଟିଛି।
ଆହତ ଯୁବକ ହେଲେ ମହମ୍ମଦ ଅମିନ। ସେଲ୍‌ଫି ଉଠାଇବା ଲାଗି ସେ ସିଂହର ଯନ୍ତା ପାଖକୁ ଚାଲିଯିବାରୁ ସିଂହ ତାଙ୍କ ବାହୁକୁ ମାଡ଼ିବସି ରାମ୍ପୁଡ଼ି ପକାଇଲା। ଭୀଷଣ କ୍ଷତାକ୍ତ ହୋଇଥିବା ଅମିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଉକ୍ତ ମେଳା ବାତିଲ କରିଛି ବୋଲି ପଞ୍ଜାବ ପୁଲିସ କହିଛି।
ଉଲ୍ଲେଖ‌ଯୋଗ୍ୟ, ଉପରୋକ୍ତ ଘଟଣାର ଗୋଟିଏ ସପ୍ତାହ ପୂର୍ବରୁ ଲାହୋରଠାରୁ ୪୦୦ କିଲୋମିଟର୍‌ ଦୂର ବାହୱାଲ୍‌ପୁରସ୍ଥିତ ସଫାରି ଚିଡ଼ିଆଖାନାରେ ଜଣେ ବ୍ୟକ୍ତିଙ୍କୁ ୪ଟି ସିଂହ ଆକ୍ରମଣ କରି ମାରିପକାଇଥିଲେ। ସିଂହମାନଙ୍କୁ ଖୁଆଇବାକୁ ଯାଇଥିବା ଚିଡ଼ିଆଖାନାର କର୍ମଚାରୀମାନେ ଉକ୍ତ ବ୍ୟକ୍ତିଙ୍କ ଶବ ଦେଖିଥିଲେ। ପରେ ପୁଲିସ କହିଥିଲା ଯେ, ମୃତ ବ୍ୟକ୍ତିଜଣକ ଥିଲେ ଜଣେ ‘ଡ୍ରଗ୍‌ ଆଡିକ୍ଟ୍‌’ (ନିଶାଖୋର୍‌)। ଚିଡ଼ିଆଖାନା କର୍ମଚାରୀଙ୍କ ଅଲକ୍ଷରେ ସେ ସିଂହ ଖୁଆଡ଼ରେ ପଶିଥିଲେ।

ad-week
Leave A Reply

Your email address will not be published.