ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ…

add-all

ଫୁଲବାଣୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, କନ୍ଧମାଳ ଆନୁକୁଲ୍ୟରେ ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ମାର୍ଗଦର୍ଶନରେ , ଜିଲ୍ଲା ଜରୁରିକାଳୀନ ଅଧିକାରୀ ଏହାକୁ ପରିଚାଳନା କରିଥିଲେ। ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଏହାର ଉଦ୍ଦେଶ୍ୟ, ଲକ୍ଷ୍ୟ ତଥା ଏହାର ବିଭିନ୍ନ ପ୍ରକ୍ରିୟା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୦୦ ଗ୍ରାମରେ ଏହି ଯୋଜନା ପ୍ରସ୍ତୁତି ଶେଷ ହୋଇଅଛି। ଚଳିତବର୍ଷ, ୯ ଟି ବ୍ଲକର ୫୦ ଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ୨୦୦ଟି ନୂଆ ଗ୍ରାମ ଚୁଡାନ୍ତ ହୋଇଅଛି। ଏହି କର୍ମଶାଳାରେ ବିପର୍ଯୟ ମୂଲ୍ୟାଙ୍କନ, ପରିସ୍ଥିତି ବିଶ୍ଳେଷଣ, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ଗୋଷ୍ଠୀ ଯୋଗଦାନ କୌଶଳ ଉପରେ ଆଲୋଚନା ହୋଇଥିଲା। ବିପର୍ଯୟ ପରିସ୍ଥିତିରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଦଳ ଯଥା ପ୍ରାରମ୍ଭିକ ଏବଂ ପ୍ରସାରଣ ଦଳ, ରିଲିଫ ଏବଂ ସମନ୍ବୟ ଦଳ, ଶବ ନିଷ୍କାସନ ଦଳ, ଟ୍ରାଉମା କାଉନସେଲିଂ ଦଳ, କ୍ଷୟକ୍ଷତି ଆକଳନ ଦଳର କାର୍ଯ୍ୟକାରିତା ଉପରେ ସୁଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଂଶଗ୍ରହଣ କ।ରୀ ମାନଙ୍କୁ ନିଜ ଗ୍ରାମ ଅନୁଯାୟୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିବ। ପାଇଁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ଜିଲ୍ଲାସ୍ତରୟ ଅଧିକାରୀ, ବିଭାଗୀୟ ପଦାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ବେଛାସେବୀ ସଂଗଠନର ପ୍ରତିନିଧି ଓ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରଞ୍ଜନ କୁମାର ମାର୍ଥା ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.