ସ୍କୁଲ ଭିତରେ ଝୁଲିପଡିଲେ ପ୍ରଧାନଶିକ୍ଷକ…

add-all

suicide

ଅନୁଗୁଳ: ସ୍କୁଲ ଭିତରେ ଝୁଲିପଡିଲେ ପ୍ରଧାନଶିକ୍ଷକ। କ୍ଲାସ ଚାଲୁଥିବାବେଳେ ଏପଟେ ପ୍ରଧାନ ଶିକ୍ଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଏହି ଅଘଟଣ ଘଟିଛି।

ଝରକାବାଟେ ଶିକ୍ଷକଙ୍କୁ ଆତ୍ମହତ୍ୟା କରୁଥିବା ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଥିଲେ। ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ପ୍ରଧାନଶିକ୍ଷକଙ୍କୁ ମୃତ ଘୋଷଣା କରିଥଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.