ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା, ମାଷ୍ଟର ମାଇଣ୍ଡ ଲଳିତକୁ ରିମାଣ୍ଡରେ ନେଲା ପୁଲିସ…

youtube

Lalit_Jha_1702639778

ଲୋକସଭାରେ ହଙ୍ଗାମା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝା କୁ ରିମାଣ୍ଡରେ ନେଲା ପୁଲିସ। ଆଜିଠୁ ଲଳିତକୁ ସାତ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ। ପଟିଆଲା ହାଉସ୍ କୋର୍ଟଙ୍କ ଅନୁମତି କ୍ରମେ ଲଳିତକୁ ସାତ ଦିନ ରିମାଣ୍ଡରେ ନେଇଛି ପୁଲିସ।

ଲୋକସଭାରେ ଗ୍ୟାସ୍ ସ୍ପ୍ରେ ଘଟଣା ପରଠୁ ଫେରାର୍ ଥିଲା ଲଳିତ ଝା। ଅନ୍ୟ ଚାରି ଅଭିଯୁକ୍ତ ଧରା ପଡିଥିଲେ ମଧ୍ୟ ଫେରାର୍ ରହିଥିଲା ଲଳିତ। ଲଳିତ ନିକଟରେ ଗିରଫ ଚାରି ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ରହିଥିଲା। ସେ ପ୍ରମାଣ ନଷ୍ଟ କରି ଦେଇଥିବା ସନ୍ଦେହ କରାଯାଉଥିଲା।

ପ୍ରମାଣ ପାଇଁ ଲଳିତକୁ ଖୋଜାଖୋଜି କରୁଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍। ଲଳିତ ସମେତ ଗିରଫ ହୋଇଥିବା ଅନ୍ୟ ଚାରି ଜଣଙ୍କ ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ କରି ଖୋଳତାଡ ଜାରି ରଖିଥିଲା ପୁଲିସ। ଶେଷରେ ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲା ଲଳିତ। ଏହାପରେ ଜେରା କରି ସାତ ଦିନ ରିମାଣ୍ଡରେ ନେଇଛି ପୁଲିସ।

ବୁଧବାର ଲୋକସଭାରେ ଶୂନ୍ୟକାଳ ଚାଲିଥିବା ସମୟରେ ଦୁଇ ଜଣ ଯୁବକ ସଂସଦ କୁ ପ୍ରବେଶ କରି ଗ୍ୟାସ୍ ସ୍ପ୍ରେ କରିଥିଲେ। ଅନ୍ୟ କିଛି ବିକ୍ଷୋଭକାରୀ ମଧ୍ୟ ସଂସଦ ବାହାରେ ଗ୍ୟାସ୍ ସ୍ପ୍ରେ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣା ପରେ ସଂସଦ ଭବନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସ୍‌ ସମସ୍ତଙ୍କୁ ରିମାଣ୍ଡରେ ନେଇଛି।

Leave A Reply

Your email address will not be published.