ମାଛ ଓ ମାଂସ ଦୋକାନରେ ସିଏମସିର ଚଢ଼ାଉ…

add-all

cuttack_1702621720

କଟକର ରାସ୍ତାକଡ଼ରେ ଥିବା ମାଛ ଓ ମାଂସ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଏହି ଚଢ଼ାଉ କରିଛି। ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରଯାଇଛି।

ଚଢ଼ାଉ ବେଳେ ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି। ରାସ୍ତାକଡ଼ରେ ମାଛ ଓ ମାଂସ ନ କାଟିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ହାଇକୋର୍ଟ ସିଏମସିକୁ କଡ଼ା ତାଗିଦ କରିଥିଲେ।

ଜଣେ ମାସଂ ଦୋକାନୀ କହିଛନ୍ତି, ମୁଁ କମିଲାରୁ ମାଂସ କାଟି ଆଣି ଏଠାରେ ବିକ୍ରି କରୁଥିଲି। ସିଏମସିକୁ ଏନେଇ ମୁଁ ରସିଦ ଦେଖାଇଥିଲି। ହେଲେ ସେମାନେ ମୋ ରସିଦ ଦେଖି ନଥିଲେ। ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ନେଇ ଯାଇଥିଲେ। ଏପରି କରାଯାଇ ଆମ ଉପରେ ଜୁଲମ କରାଯାଉଛି।

ad-week
Leave A Reply

Your email address will not be published.