୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ…

Salepur_1702645549

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ। ସେ ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବିଲ୍ ପାସ୍ କରି ଦେବା ପାଇଁ ସେ ଏହି ଟଙ୍କା ନେଇଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ ଲାଞ୍ଚ ମାଗିବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଠିକାଦାର। ତା’ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ଆଜି ଧରିଥିଲା ଭିଜିଲାନ୍ସ। ଠିକାଦାରଙ୍କ ଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ବିଭୂତିଭୂଷଣ ନାୟକଙ୍କୁ ଧରିଥିଲେ। ଏଥିପାଇଁ ଭିଜିଲାନ୍ସ ଏକ ୭ ଜଣିଆ ଟିମ୍ ଗଠନ କରିଥିଲା।

ad-week
Leave A Reply

Your email address will not be published.