ସଂସଦରେ ସୁରକ୍ଷା ତ୍ରୁଟି ପାଇଁ ବେକାରୀ ସମସ୍ୟା ଦାୟୀ: ରାହୁଲ ଗାନ୍ଧି

add-all

rahul

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ତ୍ରୁଟି, କିଛି ଯୁବକ ଗୃହକୁ ପଶି ହଙ୍ଗାମା କରିବା ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେରୋଜଗାରୀ କାରଣରୁ ଏପରି ଏକ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ରାହୁଲ। ସେ କହିଛନ୍ତି, ସଂସଦ ସୁରକ୍ଷା ବ୍ୟବସ୍ଥାରେ ଏପରି ଏକ ବଡ ବିଭ୍ରାଟ ଘଟିବା ପାଇଁ ବେକାରୀ ସମସ୍ୟା ଦାୟୀ।
ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଲିସି(ନୀତି) ଯୋଗୁଁ ଦେଶର ଯୁବପିଢି ରୋଜଗାର ପାଇପାରୁ ନାହାଁନ୍ତି। ବେରୋଜଗାର ହେଉଛି ସୁରକ୍ଷା ଭଙ୍ଗ ହେବାର ମୁଖ୍ୟ କାରଣ।”
ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ଲୋକମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସମସ୍ୟା ହେଉଛି ବେକାରୀ। ପ୍ରକୃତରେ ସୁରକ୍ଷାରେ ଉଲ୍ଲଂଘନ ଘଟିଛି। କିନ୍ତୁ କଥା ହେଉଛି ଏହା କାହିଁକି ଘଟିଲା? ମୁଖ୍ୟ ପ୍ରସଙ୍ଗ ହେଉଛି ବେକାରୀ। ମୋଦିଜୀଙ୍କ ପଲିସି ଯୋଗୁଁ ଭାରତବାସୀ ଚାକିରି ପାଇପାରୁ ନାହାଁନ୍ତି। ବେକାରୀ ଏବଂ ମୁଦ୍ରାସ୍ଫୀତି ସଂସଦର ସୁରକ୍ଷା ଉଲ୍ଲଂଘନ ପଛର କାରଣ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ପ୍ରକାଶ ଥାଉ କି, ଲୋକସଭାକୁ ପଶି ଗ୍ୟାସ୍ ସ୍ପ୍ରେ କରିଥିବା ଅଭିଯୁକ୍ତମାନେ ମଧ୍ୟ ଏପରି କିଛି କାରଣ ଦର୍ଶାଇଥିଲେ। ସେମାନେ ବିଭିନ୍ନ ବେକାରୀ, କୃଷକ ସମସ୍ୟା ଏବଂ ମଣିପୁର ହିଂସା ଭଳି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିୟମ ଉଲ୍ଲଂଘନ କରି ଗୃହକୁ ପ୍ରବେଶ କରିଥିବା କଥା କହିଥିଲେ।

ad-week
Leave A Reply

Your email address will not be published.