ସଂସଦ ସୁରକ୍ଷାରେ ତ୍ରୁଟି ମାମଲା: ଗିରଫ ହେଲା ଆଉ ଜଣେ

add-all

xx

ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ। ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ମାଷ୍ଟରମାଇଣ୍ଡ ଲଳିତ ଝା’ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶ କୁମାଓ୍ୱତକୁ ଗିରଫ କରିଛି। ମହେଶ ମଧ୍ୟ ଏହି ପୂରା ମାମଲାରେ ସାମିଲ ଥିବା ନେଇ ପୁଲିସ କହିଛି।
ପୂରା ମାମଲାରେ ମାଷ୍ଟରମାଇଣ୍ଡ ଲଳିତା ଝା’ଙ୍କୁ ମହେଶ ସାହାୟତା କରିଥିଲା। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଯୁବକମାନଙ୍କୁ ଉସ୍‌କାଉଥିଲା। ଏବେ ପୁଲିସ ତା’ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଡି-କୋଡ୍‌ କରିବାକୁ ଲାଗିଛି। ମହେଶ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋକୁ ବ୍ୟବହାର କରି ସରକାରୀ ବିରୋଧୀ ଭିଡିଓ ଜରିଆରେ ଯୁବକଙ୍କ ବ୍ରେନ୍‌ ଓ୍ୱାସ୍ କରୁଥିଲା ବୋଲି ପୁଲିସ କହିଛି।
ପୁଲିସ ସୂଚନା ମୁତାବକ, ମହେଶ ହେଉଛି ରାଜସ୍ଥାନ ନାଗୌରର ବାସିନ୍ଦା। ସେ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀ ଆସିଥିଲା। ଘଟଣା ପରେ ଲଳିତ ଝା’କୁ ଫେରାର ହେବା ପାଇଁ ମହେଶ ସହାୟତା କରିଥିଲା। କେବଳ ସେତିକି ନୁହେଁ ଯେଉଁ ମୋବାଇଲରେ ସମସ୍ତ ତଥ୍ୟ ରହିଛି ସେହି ମୋବାଇଲକୁ ଭାଙ୍ଗିବାରେ ମଧ୍ୟ ମହେଶର ହାତ ଥିବା ପୁଲିସ କହିଛି।
ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଲଳିତ ଓ ମହେଶ ନୂଆ ଦିଲ୍ଲୀ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ। ଲଳିତଙ୍କୁ ଶୁକ୍ରବାର ଗିରଫ କରାଯାଇଥିବା ବେଳେ ଆଜି ମହେଶକୁ ଗିରଫ କରାଯାଇଛି। ସେହିପରି କୈଳାଶକୁ ପୁଲିସ ପଚରାଉଚରା ଜରି ରହିଛି। ତାକୁ ଏଯାଏଁ ଗିରଫ କରାଯାଇ ନାହିଁ।
ଡିସେମ୍ବର ୧୩ ତାରିଖରେ ଲୋକସଭାର ଭିଜିଟର୍ସ ଗ୍ୟାଲେରୀରୁ ଦୁଇ ଜଣ ଯୁବକ ଡେଇଁ ବାଚସ୍ପତିଙ୍କ ପୋଡିଅମ ଆଡକୁ ବଢ଼ିଥିଲେ। ଗୃହ ଭିତରେ ହଳଦିଆ ରଙ୍ଗର ଧୂଆଁ ଛାଡିଥିଲେ। କେବଳ ସେତିକି ନୁହେଁ ସଂସଦ ଗୃହରେ ପ୍ରବଳ ହଙ୍ଗାମା କରିବା ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ।

ad-week
Leave A Reply

Your email address will not be published.