ବିଜେଡି ସରକାରର କଳାକାରନାମାକୁ ଲୋକଙ୍କ ସାମ୍ନାକୁ ଆଣିବୁ: ବିଜୟ ପଟ୍ଟନାୟକ

add-all

BK-Patnaik-e1675847919327

ଭୁବନେଶ୍ବର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୋଇ ସମ୍ପତ୍ତି ଜବତ ହେବା ଘଟଣା ଉପରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି। ବିଜେପି କହୁଛି ବିଜେଡିର ଟଙ୍କା, ଆଉ ବିଜେଡି କହୁଛି ଏଟଙ୍କାରେ ବିଜେପିର ସଂପୃକ୍ତି ରହିଛି। ଏହା ସ୍ପଷ୍ଟ କରୁଛି ଯେ ଏହି ଘଟଣାରେ ଉଭୟ ବିଜେପି ଓ ବିଜେଡିର ସଂପୃକ୍ତି ରହିଛି। ବିଜେପି ହେଉଛି ଆମର ବିରୋଧୀ ଦଳ। ଆମକୁ ଟାର୍ଗେଟ ତ ସେ ନିଶ୍ଚିତ କରିବ। ତେଣୁ ସେ ତ କହିବେ, ଏହା କଂଗ୍ରେସର ପଇସା। କେନ୍ଦ୍ର ହେଉ କିମ୍ବା ରାଜ୍ୟ ଯେଉଁମାନେ କ୍ଷମତାରେ ଅଛନ୍ତି, ତାଙ୍କର ବହୁ ବ୍ୟବସାୟୀମାନଙ୍କ ସହ ସଂପୃକ୍ତି ରହିଛି। ବ୍ୟବସାୟୀମାନେ ଏମାନଙ୍କୁ ଖୁସି କରିବା ପାଇଁ ବହୁ କାମ କରନ୍ତି, ବହୁ ଉପହାର ଦିଅନ୍ତି। ଏଥିରୁ ସ୍ପଷ୍ଟ ଯେ କଂଗ୍ରେସର ସଂପୃକ୍ତି ଅପେକ୍ଷା ଉଭୟ ବିଜେପି ଓ ବିଜେଡିର ସଂପୃକ୍ତି ଅଧିକ ରହିଛି।

କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଆହୁରି କହିଛନ୍ତି, କଂଗ୍ରେସ ମଧ୍ୟ ନିଜର ସୋସିଆଲ ମିଡ଼ିଆ କ୍ୟମ୍ପେନ୍ କୁ ଆହୁରି ଜୋରଦାର କରିବ। ଲୋକଙ୍କ କଥାକୁ ସାମ୍ନାକୁ ଆଣିବୁ। ଖାଲି ସୋସିଆଲ ମିଡିଆ ନୁହେଁ ବରଂ ୱେବ୍ ମିଡିଆ, ପ୍ରିଣ୍ଟ ମିଡିଆ ଆଉ ଟିଭି ମିଡିଆକୁ ମଧ୍ୟ କ୍ୟାମ୍ପେନ ପାଇଁ ବ୍ୟବହାର କରିବୁ। ଲୋକଙ୍କ ମଧ୍ୟରେ ଥିବା ଜନ ଅସନ୍ତୋଷକୁ ସାମ୍ନାକୁ ଆଣିବୁ। ବିଜେଡି ସରକାରର କଳା କାରନାମାକୁ ଲୋକଙ୍କ ସାମ୍ନାକୁ ଆଣିବୁ। ଏହି କ୍ୟାମ୍ପେନ୍ କଂଗ୍ରେସ ବହୁତ ଦିନରୁ ଆରମ୍ଭ କରିଛି। ଆଗକୁ ନିର୍ବାଚନ ଆସୁଥିବାରୁ ବିଜେଡିର ଏହା ଏକ ନୂଆ ପ୍ରୟାସ। ଯଦି ଲୋକଙ୍କ ସେବା କରୁଛନ୍ତି ବୋଲି କହିଛନ୍ତି ତେବେ ଏହି ସୋସିଆଲ ମିଡିଆ କ୍ୟାମ୍ପେନ କାହିଁକି କରୁଛନ୍ତି ?

ad-week
Leave A Reply

Your email address will not be published.