ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି…

Temple_1702787027

ପୁରୀ: ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ବେଳେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସତ୍ୟବାଦୀ ବ୍ଲକ ବିଶ୍ୱନାଥପୁରର ହୋଇଥିବା ବେଳେ ଅନ୍ୟ ଜଣେ ବାଲିସାହି ଅଞ୍ଚଳର ବୋଲି ସୂଚନା ମିଳିଛି।

ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିଲେ ଏହି ଦୁଇ ଅଭିଯୁକ୍ତ। ଗୋଟିଏ ହୁଣ୍ଡିରୁ ସେମାନେ ଟଙ୍କା ଚୋରି କରିଥିବା ବେଳେ ଆଉ ଗୋଟିଏ ହୁଣ୍ଡି ଜରୁରୀ କାଗଜପତ୍ର, ସାକ୍ଷୀଗୋପୀନାଥଙ୍କ ଅଳଙ୍କାର ଓ ମା’ ରାଧାରାଣୀଙ୍କ ପାଉଁଜି ଚୋରି କରିଥିଲେ।

ଚୋର ଦ୍ୱୟ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିବା ବେଳେ ରୋଷଶାଳା ପାଚେରୀ ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନେ ଚପଲ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି। ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ଆଦି ନେବା ପରେ ହୁଣ୍ଡି ଗୁଡ଼ିକୁ ରୋଷ ଘର ପାଖରେ ଚୋର ଦ୍ୱୟ ଫୋପାଡ଼ି ଦେଇଥିଲେ।

ମନ୍ଦିରରୁ ଚୋରି ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୁରୀ ଏଏସ୍‌ପି ବିଷ୍ଣୁ ପ୍ରସାଦ ପତି ଓ ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାସ୍ଥଳକୁ ଯାଞ୍ଚ କରିଥିଲା। ପରେ ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।

ad-week
Leave A Reply

Your email address will not be published.