ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ୱିକେଟରେ ଜିତିଲା ଭାରତ…

add-all

IMAGE_1702815948

ପ୍ରଥମେ ବୋଲର୍ ଆଉ ପରେ ଦକ୍ଷିଣ ଆଫ୍ରିକାକୁ ଧୋଇ ଦେଲେ ବ୍ୟାଟର୍। ପ୍ରଥମ ଦିନିିକିଆରେ ଭାରତକୁ ସହଜ ବିଜୟ ମିଳିଛି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି। ପଦାର୍ପଣ ମ୍ୟାଚ୍‌ରେ ସାଇ ସୁଦର୍ଶନଙ୍କ ବ୍ୟାଟିଂର ଚମକ ଦେଖିବାକୁ ମିଳିଛି। ଓପନ କରି ୪୩ଟି ବଲ୍‌ରୁ ୯ଟି ଚୌକା ସହ ଅପରାଜିତ ୫୫ ରନ୍‌ ସଂଗ୍ରହ କରିଛନ୍ତି ସାଇ।

ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇ ଯାଇଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି। କୌଣସି ବି ଜଣେ ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ୨୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା ଟିମ୍।

ଏହାପରେ ୧୧୭ ରନର ପିଛା କରି ମଇଦାନକୁ ଓହ୍ଲାଇଥିଲେ ରାହୁଲ ବାହିନୀ। ଋତୁରାଜ ଗାଏକ୍ୱାଡ ୫ ରନ୍ କରି ପାଭିଲିଅନ୍ ଫେରିଥିଲେ ମଧ୍ୟ ପଦାର୍ପଣ ମ୍ୟାଚରେ ଶ୍ରେୟଶ ଆରଙ୍କ ସହ ଯୋଡି ଜମାଇଥିଲେ ସାଇ ସୁଦର୍ଶନ। ଉଭୟଙ୍କ ଭାଗିଦାରୀରେ ଦଳୀୟ ସ୍କୋର୍ ୧୧୧ରେ ପହଞ୍ଚିଥିଲା। ମାତ୍ର ଏତିକି ବେଳେ ୫୨ ରନ୍ କରି ଆଉଟ୍ ହୋଇଯାଇଥିଲେ ଶ୍ରେୟସ। ସାଇ ସୁଦର୍ଶନ ଅପରାଜିତ ୫୫ ରନ୍‌ କରିଥିବା ବେଳେ ତିଲକ ବର୍ମା ଏକ ରନ୍ କରିଖିଲେ।

ବୋଲଙ୍କ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ୪ ଏବଂ କୁଳଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। ଅର୍ଶଦୀପ ୧୦ ଓଭର ବଲ୍ ପକାଇ ୩୭ ରନ୍ ଦେଇଥିଲେ। ସେହିପରି ଅଭେଶ ଖାନ ୮ ଓଭର ବଲ୍ ପକାଇ ତିନୋଟି ମେଡେନ୍ ସହ ୨୭ ରନ୍, କୁଳଦୀପ ଯାଦବ ୨.୩ ଓଭର ବଲ୍ ପକାଇ ତିନି ରନ୍ ଏବଂ ମୁକେଶ ଖାନ ୭ ଓଭର ବଲ୍ ପକାଇ ୪୬ ରନ୍ ଦେଇଥିଲେ।  ସର୍ବାଧିକ ୱିକେଟ ନେଇଥିବାରୁ ଅର୍ଶଦୀପଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.