ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼: ପୁଅର ତଣ୍ଟି କାଟିଥିଲା ବାପା.. !

add-all

ସାଲେପୁର : ପୁଅର ତଣ୍ଟି କାଟିଛି ବାପା। ମାଆର ଅଭିଯୋଗ ପୁଅର ହତ୍ୟାକାରୀ ନିଜେ ବାପା। ସାଲେପୁର ଜଗତପୁର ଥାନା ପୂର୍ବକଛ ଗାଁରେ ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼। ଗାଁର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷର ପୁଅ ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଘଟଣାର ଦିନକ ପରେ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ।

ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଜଗନ୍ନାଥଙ୍କ ସ୍ତ୍ରୀ। ପୋଲିସ ଜଗନ୍ନାଥଙ୍କୁ ଅଟକ ରଖି ପଚରାଉଚରା କରିଛି । ଗତକାଲି ଗାଁ ପୋଖରୀ ହୁଡ଼ାରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଥିଲା।

ad-week
Leave A Reply

Your email address will not be published.