ଅନଲାଇନରେ ପାଣ୍ଠି ମାଗିବା ଅଭିଯାନ ଆରମ୍ଭ କଲା କଂଗ୍ରେସ

Congress__1702896050

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ଠାରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିବ। ଆଜି ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୁଭ ଆରମ୍ଭ କରିଛନ୍ତି।

ସେ କହିଛନ୍ତି, ଯେତେବେଳେ ଆପଣ ଧନୀ ଲୋକଙ୍କ ଉପରେ ନିର୍ଭର କରିବେ ସେତେବେଳେ ଆପଣଙ୍କୁ ସେମାନଙ୍କ ନୀତି ଅନୁସରଣ କରିବାକୁ ପଡ଼ିବ। ପ୍ରଥମଥର ପାଇଁ କଂଗ୍ରେସ ଦେଶ ପାଇଁ ଦାନ କରିବାକୁ ଲୋକଙ୍କୁ କହୁଛି।

ଆପଣ ଯଦି କେବଳ ଧନୀ ଲୋକଙ୍କ ଉପରେ ନିର୍ଭର କରି କାମ କରିବେ, ତା’ହେଲେ ସେମାନଙ୍କ କଥାରେ ଆପଣଙ୍କୁ ନୀତି ପ୍ରଣୟନ କରିବାକୁ ପଡ଼ିବ। ସ୍ୱାଧୀନତା ସଂଗ୍ରାମ ବେଳେ ମହାତ୍ମା ଗାନ୍ଧି ମଧ୍ୟ ସାଧାରଣ ଲୋକଙ୍କ ଠାରୁ ଦାନ ନେଉଥିଲେ ବୋଲି ଖଡଗେ କହିଛନ୍ତି।

କଂଗ୍ରେସ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ଦେଶ ପାଇଁ ଦାନ ଅଭିଯାନ ଅବହେଳିତଙ୍କ ଅଧିକାର ପାଇଁ ଲଢ଼େଇ। ଗୋଟିଏ ସଶକ୍ତ ବିରୋଧୀ ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। କଂଗ୍ରେସ ୧୩୮ ବର୍ଷ ପୁରୁଣ କରିବାକୁ ଯାଉଥିବା ବେଳେ ଆଜି ଦଳ ପକ୍ଷରୁ ଦିଲ୍ଲୀରେ ଦେଶ ପାଇଁ ଦାନ କାର୍ଯ୍ୟକ୍ରମ ଲଞ୍ଚ କରାଯାଇଛି।

କଂଗ୍ରେସ ୱେବସାଇଟରେ ଥିବା ପେମେଣ୍ଟ ଲିଙ୍କ ଦ୍ୱାରା ଲୋକମାନେ ୧୩୮, ୧୩୮୦ କିମ୍ବା ୧୩,୮୦୦ ଟଙ୍କା ଦାନ କରିପାରିବେ। ଦାତାମାନେ ଏହାବାଦ ମଧ୍ୟ ଭିନ୍ନ ପରିମାଣର ଦାନ ଚାହିଁଲେ କରିପାରିବେ ବୋଲି କଂଗ୍ରେସ କହିଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାଂଗଠନିକ ସଂପାଦକ କେସି ଭେନୁଗୋପାଲ କହିବା କଥା ଯେ କଂଗ୍ରେସ ମହାତ୍ମା ଗାନ୍ଧିଙ୍କ ଐତିହାସିକ ତିଲକ ସ୍ୱରାଜ ଫଣ୍ଡ ଦ୍ୱାରା ଅନୁପ୍ରାଣିତ ହୋଇ ଦାନ ମାଗିବା ଅଭିଯାନ ଆରମ୍ଭ କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଗୋଟିଏ ଉତ୍ତମ ଭାରତ ପାଇଁ ଲୋକଙ୍କୁ ଦାନ କରିବାକୁ ଅନୁରୋଧ କରିଛନ୍ତି। କଂଗ୍ରେସ ସବୁ ରାଜ୍ୟରେ ଥିବା ଦଳର ମୁଖ୍ୟମାନଙ୍କୁ ଏହି ଅଭିଯାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବାକୁ କୁହାଯାଇଛି।

ଡିସେମ୍ବର ୨୮ ହେଉଛି କଂଗ୍ରେସର ପ୍ରତିଷ୍ଠା ଦିବସ। ୨୮ ତାରିଖ ଯାଏ ଅନଲାଇନରେ ଏହି ଅଭିଯାନ ଚାଲିଛି। ଏହାପରେ କଂଗ୍ରେସ କର୍ମୀମାନେ ଘର ଘର ବୁଲି ଅତିକ୍ରମରେ ୧୩୮ ଟଙ୍କା ଲେଖାଏ ମାଗିବେ।

୨୦୧୮ ମଧ୍ୟ କଂଗ୍ରେସ କ୍ରାଉଡ ଫଣ୍ଡିଂ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏହା ସେତେଟା ଳୋକପ୍ରିୟତା ହାସଲ କରିପାରି ନଥିଲା।

ad-week
Leave A Reply

Your email address will not be published.