ଜେଲ୍‌ ଭିତରେ ଆଖି ବୁଜିଲା ଅଭିଯୁକ୍ତ ନଫିସ ବିରିୟାନୀ

add-all

IMAGE_1702882832

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ପ୍ରୟାଗ ରାଜ ଉମେଶ ପାଲ୍‌ ହତ୍ୟାକାଣ୍ଡ ମାମଲାର ଆଉ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ସାମିଲ ଥିବା ନଫିସ ବିରିୟାନୀ ଜେଲ୍‌ ଭିତରେ ଆଖି ବୁଜିଛି। ସେ ମାଫିଆ ଅତିକ ଅହମ୍ମଦର ଅତି ଘନିଷ୍ଠ ଥିଲା।

ସୂଚନା ମୁତାବକ, ରବିବାର ରାତିରେ ନୈନି ଜେଲ୍‌ରେ ବନ୍ଦ ଥିବା ନଫିସର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା। ଏହାପରେ ତାକୁ ଏସ୍‌ଆର୍‌ଏନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାଫିସ୍ ବିରିୟାନୀ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ପ୍ରାୟ ୨୪ ଘଣ୍ଟା ଧରି ଜେଲ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବା ତାକୁ ଗତକାଲି ସନ୍ଧ୍ୟାରେ ସ୍ୱରୂପ ରାନୀ ହସ୍ପିଟାଲର ଜେଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ହୃଦ୍‌ଘାତ ଯୋଗୁ ତା’ର ମୃତ୍ୟୁ ହୋଇଥିବା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ଉମେଶ ପାଲ୍‌ ହତ୍ୟା ମାମଲାରେ ନାଫିସ ଅଭିଯୁକ୍ତ ଥିଲା। ଉମେଶ ପାଲ୍‌ ଏବଂ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସମୟରେ ଯେଉଁ କ୍ରେଟା କାର୍‌ ବ୍ୟବହୃତ ହୋଇଥିଲା ତାହା ନାଫିସ୍ ବିରିୟାନୀର ଥିଲା। ପୁଲିସ ନଫିସ ଉପରେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତେବେ ଉମେଶ ପାଲ ହତ୍ୟାକାଣ୍ଡ ପରେ ସେ ଫେରାର ଥିଲା। ତେବେ ନଭେମ୍ବର ୨୨ ତାରିଖରେ ଏକ ଏନକାଉଣ୍ଟର ବେଳେ ନଫିସକୁ ପୁଲିସ ଗିରଫ କରିଥିଲା।

କହିରଖୁ, ପ୍ରୟାଗରାଜରେ ବିଏସପି ବିଧାୟକ ରାଜୁ ପାଲ୍‌ଙ୍କ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ଏବଂ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କୁ ୨୪ ଫେବୃଆରୀ ଦିନ ଦ୍ୱିପହରେ ଗୁଳି କରି ହତ୍ୟା କରାଯାଇଥିଲା। ୨୦୦୫ ମସିହାରେ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫ ମୁଖ୍ୟ ଅଭିଯୁକ୍ତ ଥିଲେ। ତାଙ୍କୁ ଗିରଫ କରାଯାଇ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଉଥିବା ବେଳେ ୨୦୨୩ ଏପ୍ରିଲ ୧୫ ତାରିଖ ଦିନ ଉଭୟଙ୍କୁ କଲଭିନ ହସ୍ପିଟାଲ ପରିସରରେ ଗୁଳି କରି ହତ୍ୟା କରାଯାଇଥିଲା।

ad-week
Leave A Reply

Your email address will not be published.