ଆମିକସ୍ କ୍ୟୁରି ଦାଖଲ କଲେ ଷ୍ଟାଟସ୍ ରିପୋର୍ଟ…

add-all

shree-jagannath-temple-puri-tourism-entry-fee-timings-holidays-reviews-header-750x430

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ପୁନରୁଦ୍ଧାର କାର୍ଯ୍ଯ ନେଇ ଆମିକସ୍ କ୍ୟୁରୀ ଏନ୍. କେ. ମହାନ୍ତି ସୋମବାର ଓଡ଼ିଶା ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି।

ବିମ ଡିଜାଇନ୍ ନେଇ ଡିସେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ବୈଠକ ବସି ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ଚୂଡାନ୍ତ କରିବାକୁ ଶ୍ରୀ ମହାନ୍ତି କୋର୍ଟଙ୍କୁ ଅବଗତ କରିଛନ୍ତି।

ସେ କହିଛନ୍ତି, କିଛି କାମ ଆରମ୍ଭ ହୋଇସାରିଛି, କେନ୍ଦ୍ରୀୟ ସ୍ତମ୍ଭ ଅଞ୍ଚଳର ସୁସଜ୍ଜିତ କାଠ ଫ୍ରେମ୍ ସିଲିଙ୍କୁ ଭାଙ୍ଗି ମନ୍ଦିର ପରିସରର ଏସଜେଟି ମ୍ୟୁଜିୟମରେ ସଂରକ୍ଷଣ କରିବା ସହିତ କୋରବେଲ୍ ପଥରର ଚାରିପାଖକୁ ପ୍ଲାଷ୍ଟର ମୁକ୍ତ କରାଯାଇଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁଆରି ୧୮ରେ ହେବ। ପୂର୍ବରୁ ଗତ ନଭେମ୍ବର ମାସରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇକୁ ଏନ୍ଓସି ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.