ପୁଣିଥରେ କେଜ୍ରିୱାଲଙ୍କୁ ସମନ କଲା ଇଡି…

add-all

krj

ପ୍ରତ୍ୟାହୃତ ହୋଇ ସାରିଥିବା ତଥାକତିଥ ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି କହିଛି।

ଏହାପୂର୍ବରୁ ସମାନ ମାମଲାରେ ଇଡି କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ସମନ କରିଥିଲେ। କିନ୍ତୁ ସେ ହାଜର ହୋଇ ନଥିଲେ। ହାଜର ହେବା ପରିବର୍ତ୍ତେ ସେ ତାଙ୍କ ଦଳ ଆପ୍‌ ପାଇଁ ମଧ୍ୟପ୍ରଦେଶରେ ପ୍ରଚାର କରିଥିଲେ।

ପୂର୍ବରୁ ହୋଇଥିବା ସମନକୁ ବେଆଇନ ବୋଲି କେଜ୍ରିୱାଲ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ବିରୋଧୀଙ୍କୁ ଚୁପ କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏପରି ପ୍ରତିଶୋଧ ପରାୟଣ ରାଜନୀତି କରୁଥିବା କେଜ୍ରିୱାଲ କହିଥିଲେ।

ଆଜି ତାଙ୍କୁ ପୁଣି ସମନ କରାଯାଇଛି। କିନ୍ତୁ ଏହା ଉପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା ଏଯାଏ ମିଳିନାହିଁ।

ad-week
Leave A Reply

Your email address will not be published.