ଦିନକରେ ଚିହ୍ନଟ ହେଲେ ୧୪୨ ଆକ୍ରାନ୍ତ, ଜଣଙ୍କ ଜୀବନ ଗଲା…

youtube

covid2

ନୂଆଦିଲ୍ଲୀ : ପୁଣିଥରେ କଡ଼ ଲେଉଟାଇବା ଆରମ୍ଭ କଲାଣି ମହାମାରୀ କରୋନା। ଶୀତର ପ୍ରକୋପ ବଢ଼ିବା ସହ କରୋନା ସଂକ୍ରମଣ ମଧ୍ୟ ତା’ର କାୟା ମେଲାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୭୦କୁ ବୃଦ୍ଧି ପାଇଛି।
ସେହିପରି କର୍ଣ୍ଣାଟକାରେ କରୋନା ଯୋଗୁ ଜଣଙ୍କ ଜୀବନ ଯାଇଛି। ସୋମବାର ସୁଦ୍ଧା କରୋନା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। କେରଳରେ ୫ ଜଣ ଓ ଉତ୍ତର ପ୍ରଦେଶରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ବିଶେଷ କରି କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଦିନକରେ ଏଠାରେ ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୪୯କୁ ବୃଦ୍ଧି ପାଇଛି। କେରଳର ପଡ଼ୋଶୀ କର୍ଣ୍ଣାଟକାରେ ମଧ୍ୟ ଦିନକରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ବେଳେ ଜଣଙ୍କ ମୃତ୍ୟୁ ଘଟିଛି।
ସଂକ୍ରମଣ ବଢ଼ୁଥିବାରୁ ସୋମବାର କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସଂକ୍ରମିତଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ମଧ୍ୟ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସ୍ଥିତିକୁ ଦେଖି କର୍ଣ୍ଣାଟକାରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ବରିଷ୍ଠ ନାଗରିକ ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନେ ମାସ୍କ ପରିଧାନ କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.