ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କଲେ ଗୁଜୁରାଟର ଭକ୍ତ…

add-all

5b646959-dc16-422f-8b02-d5d6856a88be

ପୁରୀ : ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କରିଛନ୍ତି ଗୁଜୁରାଟର ଜଣେ ଭକ୍ତ। ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଅର୍ପଣ କରିଛନ୍ତି। ପ୍ରାୟ ଏକ କିଲୋ ୭୫ଗ୍ରାମ ଓଜନ ସୁନାର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ। ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ତିନୋଟି ରୁପାମୁକୁଟ ଅର୍ପଣ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।
ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାର ଦୁଇଟି ଚିତା ତିଆରି କରାଯାଇଛି। ଆଜି ଏହାକୁ ମହାପ୍ରଭୁଙ୍କୁ ସମର୍ପିତ କରି ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି।

ad-week
Leave A Reply

Your email address will not be published.