ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ, କ୍ୟାମେରାରେ ସବୁ ଦୃଶ୍ୟ କଏଦ…

add-all

pihu-1

ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ । ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳା ରଙ୍ଗାର କାରରେ ଆସି ସହରର ମିସନ ରୋଡସ୍ଥିତ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ।

ରାତି ୧୦ଟା ୩୭ରେ ହୋଟେଲ ଭିତରକୁ ୨ ଜଣ ଯାଇ ରୁମ୍ ମାଗିଥିଲେ। ହୋଟେଲ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ କେତେଜଣ ରହିବେ ବୋଲି ପଚାରିବାରୁ ସେମାନେ ପୁରୁଷ ୩ ଜଣ ଓ ୬ ବର୍ଷର ଝିଅଟି ଅଛି କହିଥିଲେ।

ଏହା ପରେ ରୁମ୍ ଦେଖିବାକୁ ଯାଇଥିଲେ। ପରେ ବୁକ୍ କରିବାକୁ ଚାହିଁବାରୁ ମ୍ୟାନେଜର ପରିଚୟପତ୍ର ମାଗିଥିଲେ। କିନ୍ତୁ ଦୁହେଁ ପରିଚୟପତ୍ର ଦେଇ ନଥିଲେ। ବିନା ପରିଚୟପତ୍ରରେ ରୁମ୍ ଦେବାକୁ ମ୍ୟାନେଜର ମନା କରିବାରୁ ପାଖାପାଖି ୧୩ ମିନିଟ ପରେ ୧୦ଟା ୫୦ରେ ହୋଟେଲରୁ ବାହାରି ଯାଇଥିଲେ। ହୋଟେଲର ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କଏଦ ହୋଇଛି।

ad-week
Leave A Reply

Your email address will not be published.