ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ପ୍ରବେଶ ପ୍ରସଙ୍ଗ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

add-all

image-3-11

ଭୁବନେଶ୍ୱର: 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଯାହାକୁ ନେଇ ଉଭୟଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ରାଜ୍ୟ ବିଜେପି । ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନୀଙ୍କୁ କିପରି 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓଡ଼ିଶାର ହିନ୍ଦୁ ଓ ସନାତନିମାନଙ୍କର ଆସ୍ଥାର କେନ୍ଦ୍ର ଏବଂ ଓଡ଼ିଶାର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କରାଇଲେ ତାକୁ ନେଇ ପ୍ରଶ୍ନ କରିଛି ବିଜେପି । ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଡଃ. ଯତୀନ ମହାନ୍ତି ।

ଯତୀନ ମହାନ୍ତି ଆହୁରି କହିଛନ୍ତି ଯେ, ଭିକେ ପାଣ୍ଡିଆନ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର, ଫୁଡଟେଷ୍ଟର କାମିଆ ଜାନି ନାମକ ମହିଳାଙ୍କୁ ନେଇ ଜଗନ୍ନାଥ ମନ୍ଦିର ପରିସର ଭିତରେ ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡିଛନ୍ତି । ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନିମାନଙ୍କୁ ଧାର୍ମିକ ଆଘାତ ଲାଗିଛି । ପର୍ବୂରୁ କାମିଆ ଜାନି ଗୋ-ମାଂସ ଖାଇଥିବାର ଭିଡିଓ ଅଛି ଓ ସେ ନିଜେ ଏହାକୁ ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିରର ନିୟମ ଅନୁସାରେ ଜଣେ ଗୋ-ମାଂସ ଭକ୍ଷଣକାରୀ ସୁଧି ଓ ପ୍ରାୟଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିବାର କୌଣସି ଅଧିକାର ନାହିଁ । ଏଥିପାଇଁ ଆଇପିସି ସେକ୍ସନ ୨୯୫(ଏ)ରେ ଉଲ୍ଲେଖ ଅଛି, କୌଣସି ଲୋକ ଯଦି ଧାର୍ମିକ ଭାବନାକୁ ଆଘାତ କରିବେ ତାହାଲେ ଦଣ୍ଡ ମିଳିବ ।

ଦ୍ୱିତୀୟ କଥା ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ସେକ୍ସନ ୩୦(ଏ)ରେ ମଧ୍ୟ ଏହା ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ, ମନ୍ଦିର ଭିତରକୁ କୌଣସି ନିଷେଧ ଦ୍ରବ୍ୟ ଯାହା ମନ୍ଦିର ପ୍ରଶାସନ ପକ୍ଷରୁ ନେବାକୁ ମନା କରାଯାଇଛି ତାକୁ ନେଇ ଭିଡିଓ କରାଇବା ଏକ ଧତବ୍ୟ ଅପରାଧ । ଭିକେ ପାଣ୍ଡିଆନ ଓ କାମିଆ ଜାନି ଉଭୟ ଅପରାଧରେ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ତୁରନ୍ତ ମନ୍ଦିର ପ୍ରଶାସନ ମାମଲା ରୁଜୁ କରନ୍ତୁ ଓ ତାଙ୍କ ଉପରେ ମକଦ୍ଦମା ରୁଜୁ କରି ଦୁହିଁଙ୍କୁ ଗିରଫ କରାଯାଉ ବୋଲି ଡଃ ମହାନ୍ତି ଦାବି କରିଛନ୍ତି ।

ପୁରୀକୁ ମଧ୍ୟ ଗୋବର୍ଦ୍ଧନକ୍ଷେତ୍ର କୁହାଯାଏ । ପୁରୀରେ ଗୋ ମାତାଙ୍କୁ ସ୍ୱଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ କାମିଆ ଜାନି ମନ୍ଦିର ଭିତରେ ମହାପ୍ରସାଦକୁ ଖାଇ ସେ ବିଷୟରେ ଭିଡିଓ କରି ସନାତନ ଧର୍ମ ଓ ମନ୍ଦିରକୁ ଅପମାନ କରିଛନ୍ତି । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତଥା ଦର୍ଶନର କ୍ଷେତ୍ର ତାହା ଭୋଗ୍ୟ କ୍ଷେତ୍ର ନୁହେଁ । ଯେଉଁମାନେ ଏହାକୁ ଭୋଗ୍ୟକ୍ଷେତ୍ର ବୋଲି ମନେ କରୁଛନ୍ତି ସେମାନେ ଅପରାଧ କରୁଛନ୍ତି । କାମିଆ ଜାନି ମହାପ୍ରସାଦର ପବିତ୍ରତାକୁ ନଷ୍ଟ କରିବା ସହ ମନ୍ଦିରର ନୀତି ନିୟମକୁ ମଧ୍ୟ ନଷ୍ଟ କରିଛନ୍ତି । ଏଭଳି ନୀତି ବିରୋଧ କାର୍ଯ୍ୟକୁ ପ୍ରସୟ ଦେଇଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଶଙ୍କରାଚାର୍ଯ୍ୟଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରି ମହାପ୍ରଭୁଙ୍କୁ ଶୁଦ୍ଧିକରଣ ଏବଂ ମାଜଣା କରନ୍ତୁ । ମନ୍ଦିର ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ କୋର୍ଟରେ ଦ୍ୱାରସ୍ଥ ହେବ ବୋଲି ଡଃ. ମହାନ୍ତି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.