ବରଗଡ଼ରେ ରାଜ୍ୟପାଳ ରଘୁବର ଦାସ, ଚାଷୀ, ଗ୍ରାମବାସୀ ଓ ବିଦ୍ୟାର୍ଥୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ

add-all

image-1-31

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀମାନଙ୍କୁ ଭେଟିଥିଲେ  ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି। ପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ଦଫା ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା। ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଛନ୍ତି। ଅତାବିରାରେ ରାଜ୍ୟପାଳ ଦୁର୍ଗାଶକ୍ତି ଏସଏଚଜିର ୨୦୦ଜଣଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହାପରେ ସେ ଗୋବିନ୍ଦପୁରରେ ସ୍ଥାନୀୟ ଅଧିବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ଏବଂ ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.