ଯଦି ଭାରତ-ପାକିସ୍ତାନ ଆଲୋଚନା ନ ହୁଏ ତେବେ ଗାଜା, ପାଲେଷ୍ଟାଇନ ପରି ହେବ କଶ୍ମୀରର ଅବସ୍ଥା : ଫାରୁକ୍ ଅବଦୁଲ୍ଲା

IMAGE_1703584581

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ ଗାଜା ଓ ପାଲେଷ୍ଟାଇନ ଭଳି ହେବ ।

ବର୍ଷ ବର୍ଷ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ପାକିସ୍ତାନ ସହ କଥା ବାର୍ତ୍ତା କରୁନଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରି ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଆଲୋଚନା ଆରମ୍ଭ ନହେଲେ ଆମେ ଗାଜା ଭଳି ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇପାରିବା।  କିନ୍ତୁ ତୁମପଡ଼ୋଶୀ ନୁହଁ।

ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଆଉ ବିକଳ୍ପ ନୁହେଁ ଏବଂ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ହେବା ଉଚିତ। କଥାବାର୍ତ୍ତା କେଉଁଠି…? ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ସେ କହୁଛନ୍ତି ଯେ ଆମେ (ଭାରତ ସହ) ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ଆମେ କଥା ବାର୍ତ୍ତା କରିବାକୁ ପ୍ରସ୍ତୁତ ନ ହେବାର କାରଣ କ’ଣ?

ସୂଚନାଯୋଗ୍ୟ ଯେ, ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଲଢ଼େଇ ଜାରି ରଖିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଅକ୍ଟୋବର ୭ରୁ ଏହି ଲଢେଇ ଆରମ୍ଭ ହୋଇଥିଲା ।

ad-week
Leave A Reply

Your email address will not be published.