ଏସସିବିରୁ ଡିସଚାର୍ଜ ହେଲେ ସୁଶାନ୍ତ ଧଳସାମନ୍ତ…

add-all

download

କଟକ: କଟକ ଏସସିବିରୁ ଡିସଚାର୍ଜ ହେଲା ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ। ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଜେଲରୁ ତାଙ୍କୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଥିଲା ଚିକିତ୍ସା। ଡିସଚାର୍ଜ ପରେ ଏହାପରେ ସୁଶାନ୍ତ ଧଳସାମନ୍ତଙ୍କୁ ପୁଣି ବଲାଙ୍ଗୀର ଜେଲକୁ ନିଆଯାଇଛି ।

ତେବେ ଦୀର୍ଘଦିନ ଧରି ବଲାଙ୍ଗୀର ଜେଲରେ ରହିବା ପରେ ହୃଦଘାତ ଓ ଉଚ୍ଚ ରକ୍ତଚାପ ସମେତ ମଧୁମେହ ରୋଗ କାରଣରୁ ଗତ ୧୭ ତାରିଖରେ ବୁର୍ଲା ଭୀମସାର ମେଡିକାଲରେ ସୁଶାନ୍ତକୁ ଭର୍ତ୍ତି କରାଯାଇଥଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଡିସେମ୍ବର ୨୧ରେ ତାକୁ ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଅଣାଯାଇଥିଲା । ସେଠାରେ ତାଙ୍କୁ ଏସ୍‌ସିବିର ହୃଦରୋଗ ବିଭାଗରେ ଆଡ୍‌ମିଟ୍‌ କରଯାଇଥିଲା। ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ୍‌ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଥିଲା l ସିଭିଅର୍‌ ହୃଦ୍‌ଘାତରେ ହୃତ୍‌ପିଣ୍ଡର ଯେଉଁ ଅଂଶ ପ୍ରଭାବିତ ହୋଇଥିଲା, ସେଠାରେ ଥିବା ମାଂସପେଶୀ ଠିକ୍‌ ଅଛି ନା ନଷ୍ଟ ହୋଇଛି, ତାହା ପରୀକ୍ଷା କରିବା ପାଇଁ ଭୀମସାରରେ ବ୍ୟବସ୍ଥା ନଥିଲା । ଏହି କାରଣରୁ ସୁଶାନ୍ତକୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ad-week
Leave A Reply

Your email address will not be published.