୧୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ବରିଷ୍ଠ କିରାଣି ସୁବ୍ରତ କାନୁନଗୋ…

add-all

e259f691-8b4b-450d-ae32-d8857eb679f1-750x430

ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣି ସୁବ୍ରତ କୁମାର କାନୁନଗୋ। ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ନେଉଥିଲେ ଲାଞ୍ଚ। ଏତିକିବେଳେ ଚଢାଉ କରି ଧରିଲା ଭିଜିଲାନ୍ସ।

ଜଣେ ହିତାଧିକାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା। ତେବେ ଏହାକୁ ପାସ କରାଇବା ପାଇଁ ୨୫ ହଜାର ଦାବି କରିଥିଲେ ବରିଷ୍ଠ କିରାଣି । ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।

ad-week
Leave A Reply

Your email address will not be published.