ରାଜ୍ୟ ବାହାରେ ପ୍ରସିଦ୍ଧ ମନ୍ଦିରକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣପତ୍ର ପ୍ରଦାନ…

add-all

389ff78d-2a2b-4035-991e-cc3a026eafeb-750x430

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିରମାନଙ୍କୁ ପ୍ରେରଣ କରାଯାଉଛି। ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥ ସ୍ବାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର, ଜଗନ୍ନାଥ ମନ୍ଦିର, ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ ବିଷ୍ଣୁପଦ ମନ୍ଦିର, ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର, ଗୁଜରାଟର ନାଗେଶ୍ଵର ଜ୍ୟେର୍ତିଲିଙ୍ଗ ମନ୍ଦିର, କେରଳର ଗୁରୁବାୟୁର ମନ୍ଦିର, ଦକ୍ଷିଣେଶ୍ବର କାଳୀ ମନ୍ଦିର କୋଲକାତା, ଶ୍ରୀ ଶନୈଶ୍ବର ଦେବସ୍ଥାନ ମହାରାଷ୍ଟ୍ର, ବାବା ବୈଦ୍ୟନାଥ ଧାମ ଝାଡଖଣ୍ଡରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।
ସେହିପରି ଓଡିଶା ମଧ୍ୟରେ କୋରାପୁଟ ଓ ନାରାୟଣ ପାଟଣାର ଜଗନ୍ନାଥ ମନ୍ଦିର, ଝାରସୁଗୁଡାର ଝାଡେଶ୍ୱରୀ ମନ୍ଦିର ଓ କୁକ୍କୁରଜଙ୍ଗାର ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ର , ଦେବଗଡ଼ର ଗୋପାଳ ଜୀଉ ମନ୍ଦିର ଓ ମା ଝାଡେଶ୍ୱରୀ ମନ୍ଦିର, ନୂଆପଡ଼ାର ଯୋଗେଶ୍ୱର ମନ୍ଦିରରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ନିମନ୍ତ୍ରଣ ପତ୍ର ନେଇ ଯାଇଥିବା ସେବାୟତ ଓ ଅଧିକାରୀମାନଙ୍କୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଛି।

ad-week
Leave A Reply

Your email address will not be published.