ଜାନୁଆରି ୬ରେ ଓଡ଼ିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର…

add-all

download (1)

ଭୁବନେଶ୍ଵର: ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ଅନୁଷ୍ଠିତ ହେଉଥ‌ିବା ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଖିଳ ଭାରତ କଂଗ୍ରେସ କମିଟିର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କୁ ସାକ୍ଷାତ କରି ତାଙ୍କର ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି।
ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ନୂତନ ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ଜାନୁଆରୀ ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ପ୍ରଦେଶ କଂଗ୍ରେସ ପକ୍ଷରୁ ଅଜୟ କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.