କୋରାପୁଟ ଡଙ୍ଗା ବୁଡ଼ି ଘଟଣା ; ନଦୀରୁ ମିଳିଲା ୪ ନିଖୋଜଙ୍କ ମୃତଦେହ…

add-all

boat-3

କୋରାପୁଟ   : ଦୁଇଦିନ ପରେ ମିଳିଲା ୪ନିଖୋଜଙ୍କ ମୃତଦେହ। କୋରାପୁଟରେ ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ମୃତଦେହ ଉଦ୍ଧାର। ନଦୀ ପଠା ଠାରୁ ୩୦ ରୁ ୪୦ ମିଟର ଦୂର ଡ଼ଙ୍ଗା ଭିତରୁ ସମସ୍ତ ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ନିଖୋଜଙ୍କୁ ଠାବ କରିବାକୁ ନନ୍ଦପୁର ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର ଅଭିଯାନ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ କୋରାପୁଟର ତାନସିଂ ନଦୀଘାଟରେ ଡଙ୍ଗା ବୁଡ଼ିବା ପରେ ୪ ଜଣ ନିଖୋଜ ହୋଇଥିଲେ।

ନିଖୋଜ ଥିବା ଜଣେ ମହିଳା ଏବଂ ୩ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିଲା। କୋରାପୁଟ ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀଘାଟରେ ଘଟିଥିଲା ଅଘଟଣ। ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର୍ ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ି ଯାଇଥିଲା ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ। ମୃତକ ମାନେ ହେଲେ ଶଶି ରେଖା ଆର୍ଲାବ, ଶାନ୍ତି ସୀସା, ନବିନା ଆର୍ଲାବ ଓ ପୁଷ୍ପାଞ୍ଜଳି ଆର୍ଲାବ। ଏମାନେ ଦେଶୀ ଡଙ୍ଗା ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ସମସ୍ତେ ବୁଡ଼ି ଯାଇଥିଲେ।

ad-week
Leave A Reply

Your email address will not be published.