ମମତା ଓ ଉଦ୍ଧବ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି…

add-all

Capture-25-750x430

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍‌’ର କିଛି ସହଯୋଗୀ ଏକାକୀ ନିର୍ବାଚନ ଲଢ଼ିବା ସହ ନିଜ ନିଜ ରାଜ୍ୟରେ ଆସନ ‘ବୁଝାମଣା’ କରିବାକୁ ରାଜି ନହେବାର ସଙ୍କେତ ଦେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍‌’ର ଆସନ ବୁଝାମଣା ଫର୍ମୁଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶିବସେନା (ଉଦ୍ଧବ) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ସେମାନଙ୍କ ଦଳ ମହାରାଷ୍ଟ୍ରରେ ସବୁଠାରୁ ବଡ଼ ଦଳ ଏବଂ ଆସନ ବୁଝାମଣାକୁ ନେଇ କୌଣସି ବୁଝାମଣା ହେବ ନାହିଁ।

‘ଏହା ହେଉଛି ମହାରାଷ୍ଟ୍ର ଏବଂ ଶିବସେନା ଏଠାରେ ସବୁଠାରୁ ବଡ଼ ଦଳ। କଂଗ୍ରେସ ଏକ ଜାତୀୟ ଦଳ। ଉଦ୍ଧବ ଠାକରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଏବଂ କେସି ବେଣୁଗୋପାଳଙ୍କ ସମେତ କଂଗ୍ରେସର ନିଷ୍ପତ୍ତି ଗ୍ରହଣକାରୀ ନେତାଙ୍କ ସହ ସକାରାତ୍ମକ ଆଲୋଚନା କରିଛନ୍ତି। ଆମେ ସବୁବେଳେ କହି ଆସୁଛୁ ଯେ ଶିବସେନା ସର୍ବଦା ଦାଦର ଏବଂ ନଗର ହାଭେଲି ସମେତ ଲୋକସଭା ନିର୍ବାଚନରେ ୨୩ଟି ଆସନରେ ଲଢୁଛି ଏବଂ ଏହା ବଳବତ୍ତର ରହିବ’ ବୋଲି ରାଉତ କହିଛନ୍ତି।

ସେହିପରି ଶିବସେନା ପୂର୍ବରୁ ମମତା ବାନାର୍ଜୀ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏକାକୀ ନିର୍ବାଚନ ଲଢ଼ି ଦଳର ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ସମଗ୍ର ଦେଶରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ ବ୍ଳକ୍‌’ ନିର୍ବାଚନ ଲଢ଼ିବ। ପଶ୍ଚିମବଙ୍ଗରେ କିନ୍ତୁ ଟିଏମସି ଏକକାକୀ ଲଢି ବିଜେପିକୁ ପରାସ୍ତ କରିବ। କାରଣ, ପଶ୍ଚିମବଙ୍ଗରେ କେବଳ ଟିଏମସି ହିଁ ବିଜେପିକୁ ଶିକ୍ଷା ଦେଇପାରିବ, ଅନ୍ୟ କୌଣସି ଦଳକୁ ନୁହେଁ ବୋଲି ମମତା ଉତ୍ତର ୨୪ପ୍ରଗଣାରେ ଏକ ସମାବେଶରେ ଯୋଗ ଦେଇ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ ସମସ୍ତ ଦଳ ସହ ଆସନ ବୁଝାମଣା ଉପରେ ଖୋଲା ମନରେ ଆଲୋଚନା କରାଯିବ। ଯୋଗାଯୋଗ ଦାୟିତ୍ୱରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ‘ଖୁଲେ ମନ୍‌ ଓର ବନ୍ଦ ମୁହଁ ସେ ହି ହମ୍‌ ସିଟ୍‌ ସେୟାରିଂ ପେ ବାତ୍‌ ଆଗେ ଚାଲେଙ୍ଗେ (ଆମେ ଖୋଲା ମନରେ ଏବଂ ସାର୍ବଜନୀନ ବୟାନରୁ ଦୂରେଇ ରହିବୁ) ଆସନ ବୁଝାମଣାକୁ ଆଗକୁ ବଢ଼ାଇବୁ।

ad-week
Leave A Reply

Your email address will not be published.