ଆମେରିକାର ବିରାଟ ଅଟ୍ଟାଳିକାରୁ ମୃତାବସ୍ଥାରେ ଉଦ୍ଧାର ହେଲେ ଧନୀ ଭାରତୀୟ ଦମ୍ପତି ଓ ତାଙ୍କ ୧୮ ବର୍ଷୀୟ ଝିଅ…

add-all

ic-750x430

ନ୍ୟୁୟର୍କ: ଗୁରୁବାର ସନ୍ଧ୍ୟାରେ ଆମେରିକାର ମାସାଚୁସେଟ୍‌ସ୍‌ସ୍ଥିତ ୫ ନିୟୁତ ଡଲାର୍‌ ମୂଲ୍ୟର ରାଜପ୍ରାସାଦ ଭଳି ବିରାଟ ଅଟ୍ଟାଳିକାରୁ ଏକ ଭାରତୀୟ ବଂଶୋଦ୍ଭବ ବିତ୍ତଶାଳୀ ଦମ୍ପତି ଓ ସେମାନଙ୍କର ତରୁଣୀ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ରିପୋର୍ଟରେ ଉଲ୍ଲେଖ ଅଛି, ଘଟଣା ଗୃହ ବିବାଦ ଭଳି ଜଣାପଡୁଛି।
ନର୍‌ଫୋକ୍‌ ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣି ମାଇକେଲ୍‌ ମୋରିସି କହିଛନ୍ତି, ୫୭ ବର୍ଷିୟ ରାକେଶ କମଳ, ତାଙ୍କ ୫୪ ବର୍ଷୀୟ ସ୍ତ୍ରୀ ଟିନା ଓ ସେମାନଙ୍କର ୧୮ ବର୍ଷୀୟ କନ୍ୟା ଆରିଆନାର ଶବ ସନ୍ଧ୍ୟା ପ୍ରାୟ ୭.୩୦ରେ ଡୋବର୍‌ ଅଟ୍ଟାଳିକାରୁ ଉଦ୍ଧାର କରାଯାଇଛି। ଦିନେ ଦୁଇ ଦିନ ହେବ ସେମାନଙ୍କ ପାଖରୁ ଫୋନ ନ ପାଇବାରୁ ଜଣେ ଆତ୍ମୀୟ ଖବର କ’ଣ ଜାଣିବାକୁ ଆସି ସେମାନଙ୍କୁ ମୃତାବସ୍ଥାରେ ଦେଖିଥିଲେ।

ad-week
Leave A Reply

Your email address will not be published.