ମିଆଁମାର ସେନା ଶିବିର ଉପରେ ବିଦ୍ରୋହୀଙ୍କ ଅତର୍କିତ ଆକ୍ରମଣ, ପ୍ରାଣ ବିକଳରେ ଭାରତକୁ ପଳାଇଆସିଲେ ୧୫୧ ସୈନ୍ୟ

newyr25

Capture-14-729x430

ଆଇଜୋଲ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଆଜିକାଲି ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି। ସେନା ଓ ବିଦ୍ରୋହୀମାନଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଚାଲିଛି । ନିକଟରେ ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ପ୍ରାଣ ବିକଳରେ ୧୫୧ ଜଣ ସୈନିକ ମିଆଁମାରରୁ ପଳାଇ ଭାରତରେ ଆଶ୍ରୟ ନେଇଛନ୍ତି।
ସୂଚନା ଅନୁସାରେ, ମିଆଁମାରରେ ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ଆରାକାନ ଆର୍ମି ଏକ ସେନା ଶିବିର ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁଁ ଅନେକ ସୈନ୍ୟ ମୃତାହତ ହୋଇଥିଲେ । ତେବେ କିଛି ସୈନିକ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇଥିଲେ ଓ ସେମାନେ ଭାରତୀୟ ସୀମା ଅତିକ୍ରମ କରି ମିଜେରାମର ଲୁଙ୍ଗତଲାଇ ଜିଲ୍ଲାକୁ ପଳାଇଆସିଥିଲେ । ଭାରତୀୟ ସୀମାରେ ପ୍ରବେଶ କରିବା ପରେ ଆସାମ ରାଇଫଲ୍ସ ପକ୍ଷରୁ ସେମାନଙ୍କୁ ଅଟକ ରଖାଯାଇଛି । ଆହତ ଥିବା ଯବାନମାନଙ୍କୁ ଆସାମ ରାଇଫଲ୍ସ ଯବାନମାନେ ପ୍ରାଥମିକ ଚିକିତ୍ସା କରିଥିଲେ।
ଆସାମ ରାଇଫଲ୍ସର ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ, ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ମିଆଁମାର ସେନାର ଏକ କ୍ୟାମ୍ପକୁ ଆରାକାନ ଆର୍ମି ଲଢୁଆମାନେ ଦଖଲ କରିବା ପରେ ମିଆଁମାର ସେନାର ଏହି ଯବାନମାନେ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ପଳାଇ ଆସିଥିଲେ । ଆବଶ୍ଯକ ପ୍ରକ୍ରିୟା ପରେ ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ମିଆଁମାର ସେନା ହାତରେ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.