ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଗବେଷଣା ହୋଇ ପୁସ୍ତକ ହେବ

add-all

Sambalpur_1703939904

ସମ୍ବଲପୁର : ତୋଷାମଦକାରୀ ନ ହୋଇ ମାଆ ମାଟି ଓ ମଣିଷ ପାଇଁ ଲଢେଇ କରିବାକୁ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ଓଡ଼ିଆ ଏକ ଗର୍ବୋତ୍ ଫୁଲ୍ଲ ଜାତି। ଏହାର ସାମରିକ ପରମ୍ପରା ରହିଛି। ଏ ଜାତି କାହା ପାଖରେ ହାତ ନ ପତାଉ। ଯେଉଁ ହାତ ତଲୱାର ଧରୁଥିଲା, ସେହି ହାତ କାହାକୁ ନପତାଉ। ସମ୍ବଲପୁର କୁଦୋପାଲି ଗାଁରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱଭୂଷଣ ହରିଚନ୍ଦନ ଏପରି କହିଛନ୍ତି।
ସେ ଆହୁରି କହିଛନ୍ତି, ଇଂରେଙ୍କ ଗୁଳିରେ ଛବିଳ ସାଏଙ୍କ ସମେତ ୫୭ ଜଣ ବୀର ପୁରୁଷ ସହିଦ ହୋଇଥିଲେ। ଏ ମାଟି ରକ୍ତାକ୍ତ ହୋଇଥିଲା। କେବଳ ଛବିଳ ସାଏ ନୁହଁନ୍ତି, ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବାହାରେ ରହି ସ୍ୱାଧୀନ ଭାରତ ପାଇଁ ଲଢ଼େଇ କରୁଥିଲେ। ସେ ଆଣ୍ଡାମାନ ନିକୋବରରେ ଆଜାଦି ସରକାର ଗଠନ କରିଥିଲେ। ମହାତ୍ମା ଗାନ୍ଧି ଅହିଂସାକୁ ବିଶ୍ୱାସ କରୁଥିବା ବେଳେ ନେତାଜୀ ବିନା ଯୁଦ୍ଧରେ ସ୍ୱାଧୀନତା ପାଇବା ପାଇଁ ସଂଗ୍ରାମ କରୁଥିଲେ। ଭାରତ ଛାଡ଼ ଆନ୍ଦୋଳନ ବେଳେ କେତେକ ଲୋକ ଗାନ୍ଧିଜୀଙ୍କୁ ବିଦୃପ କରିଥିଲେ। କିନ୍ତୁ ସେମାନେ ଜାଣିନଥିଲେ ଗାନ୍ଧିଜୀଙ୍କ ଭିତରେ କି ଆତ୍ମବିଶ୍ୱାସ ରହିଥିଲା ବୋଲି। ସେହିଭଳି ବୀର ସୁରେନ୍ଦ୍ର ସାଏ, ମାଧୋ ସିଂ ଓ ତାଙ୍କର ୪ ପୁତ୍ର ବଳିଦାନ ଦେଇଛନ୍ତି। ଏ ଇତିହାସ ଆସିବା କଥା। ମୁଁ ଅନେକ ସମୟରେ ଚେଷ୍ଟା କରିଛି ଓଡ଼ିଶାର ସାମୁହିକ ଇତିହାସ ଏକତ୍ରିତ ହେଉ। ଏଭଳି ଗର୍ବିତ ଇତିହାସ ଅନ୍ୟ କୌଣସି ଜାତିର ନାହିଁ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି।
ସେହିପରି ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଗବେଷଣା ହୋଇ ପୁସ୍ତକ ହେବ। ସମ୍ବଲପୁର କୁଦୋପାଲି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ଏଭଳି ସୂଚନା। ୫୭ ସହିଦ୍ ସଂଗ୍ରାମୀଙ୍କ ବିଷୟରେ ଗବେଷଣା ହୋଇ ପୁସ୍ତକ ପ୍ରକାଶ ହେବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା କରାଯିବ। ସ୍ୱାଧୀନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅଜଣା ନାୟକଙ୍କୁ ଖୋଜି ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ad-week
Leave A Reply

Your email address will not be published.