ବାଲୁକା କଳାରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

add-all

IMG-20231231-WA0002-750x430

ଭୁବନେଶ୍ବର: ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୨୦ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ପ୍ରସ୍ତୁତ କରି ସାରା ବିଶ୍ୱକୁ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

୧୫ ଟନ୍ ବାଲିରେ ସେ ଗଢ଼ିଛନ୍ତି ସୁନ୍ଦର ବାଲୁକା କଳା। ଯାହାକୁ ନିର୍ମାଣ କରିବା ପାଇଁ ତାକୁ ୭ ଘଣ୍ଟା ସମୟ ଲାଗିଥିଲା। ନିଆରା ଢଙ୍ଗରେ ବିଶ୍ୱକୁ ହାପି ନିଉ ଇୟର-୨୦୨୪ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଇଂରାଜୀ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଉ ଓ ପ୍ରଭୁ ଜଗନ୍ନାଥଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ ବୋଲି ସେ କହିଛନ୍ତି। ମାନସଙ୍କ ଏହି ବାଲୁକାକଳା ଦେଖି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ବେଶ୍ ପ୍ରଶଂସା କରିଛନ୍ତି ।

ad-week
Leave A Reply

Your email address will not be published.