ମଣିପୁରରେ ପୁଣି ହିଂସା, ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼

add-all

ମଣିପୁରରେ ପୁଣି ହିଂସା। ମଣିପୁରର ସୀମାବର୍ତ୍ତୀ ସହର ମୋରେହରେ ସନ୍ଧିଗ୍ଧ ବନ୍ଧୁକଧାରୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ପୁଲିସ କମାଣ୍ଡୋ ଆହତ ହୋଇଥିବା ସୂଚନା ମିଳିଛି।

ପିଟିଆଇ ରିପୋର୍ଟ ମୁତାବକ, ଶନିବାର ଅପରାହ୍ଣରେ ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ କି ଲୋକେସନ ପଏଣ୍ଟ (କେଏଲପି) ଆଡ଼କୁ ଯାଉଥିବା ପୁଲିସ ଗାଡିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ କମାଣ୍ଡୋ ଆହତ ହୋଇଛନ୍ତି। ତାଙ୍କୁ ବର୍ତ୍ତମାନ ଆସାମ ରାଇଫଲ୍ସ କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି। ମଣିପୁରୁ ପୁଲିସ କମାଣ୍ଡୋମାନେ ଏହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା। ସେପଟେ ଏହି ତାଜା ହିଂସା ଘଟଣାରେ ଦୁଇଟି ଘରେ ନିଆଁ ମଧ୍ୟ ଲଗାଇ ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ କିଛି ସୂଚନା ମିଳିଛି।

ସେହିପରି ଇମ୍ଫାଲ ଠାରୁ ୪୫ କିଲୋମିଟର ଦୂର ମଣିପୁରର ପାହାଡିଆ ଜିଲ୍ଲା କାଙ୍ଗପୋକପି ଗାଁରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଜଣେ ବ୍ୟକ୍ତିଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିକରି ହତ୍ୟା କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ପ୍ରଥମେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। ଏହା ପରେ ୩୫୦ ରୁ ୪୦୦ ଗୁଳମାଡ କରାଯାଇଥିଲା। ଏବେ ବି ଗୁଳି ବିନିମୟ ଜାରି ରହିଛି। ପୂରା ଅଞ୍ଚଳରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ତଲାସି ଅଭିଯାନ ଜାରି ରହିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍ ସିଂହ ଯୁବକଙ୍କ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି।

ad-week
Leave A Reply

Your email address will not be published.