ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ…

newyr25

Untitled-1

ଭୁବନେଶ୍ବର: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଟ୍ରେନିଂ ବେଳେ ଜଣେ ହୋମଗାର୍ଡଙ୍କ ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ବାସୁଦେବ ମାନସିଂ।
ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ଦିଆଯାଉଥିବା ବେଳେ ହୋମଗାର୍ଡ ବାସୁଦେବ ମାନସିଂଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ସୂଚନା ଅନୁଯାୟୀ, ବାସୁଦେବ ଏୟାରଫିଲଡ ଥାନାରେ ଡ୍ୟୁଟି କରୁଥିଲେ। ସହିଦନଗର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.