ଅର୍ଥତତ୍ତ୍ୱର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ

AT_1704287821

ଭୁବନେଶ୍ବର : ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଦେଇଛନ୍ତି ନିର୍ଦ୍ଦେଶ। ସଂସ୍ଥାର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଅନୁଗୋଳ ଆଦି ସ୍ଥାନରେ ଥିବା ପ୍ରାୟ ୧୧୦ ଏକରରୁ ଅଧିକ ଜମି ବାଜ୍ୟାପ୍ତି ହେବ।
ଏହାସହ ବିଭିନ୍ନ ବ୍ୟାଙ୍କରେ ଥିବା ୨ କୋଟି୧୭ ଲକ୍ଷରୁ ଅଧିକ ଟଙ୍କା ଏବଂ ୧୧ଟି ମୂଲ୍ୟବାନ ଗାଡ଼ି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତି କରି ସାଧାରଣରେ ନିଲାମ କରିବାକୁ କୋର୍ଟ କହିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ କୋର୍ଟ ତାଙ୍କ ରାୟରେ କହିଛନ୍ତି।

ad-week
Leave A Reply

Your email address will not be published.