ମସ୍‌ଜିଦ୍‌ ବାହାରେ ଇମାମ୍‌ଙ୍କୁ ଗୁଳି ମାରି ହତ୍ୟା…

add-all

sharif-750x430

ନିୟୁଜର୍ସି : ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍‌ଜିଦ୍‌ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍‌ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି।
ସକାଳ ୬ଟା ପରେ ମସ୍‌ଜିଦ୍‌ ମହମ୍ମଦ୍‌ ବାହାରେ ଗୁଳି ଚଳାଯାଇଥିଲା। ଅତି ସଙ୍କଟଜନକ ଅବସ୍ଥାରେ ଇମାମ୍‌ ହସନ୍‌ ଶରିଫ୍‌ଙ୍କୁ ‘ୟୁନିଭର୍ସିଟି ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠାରେ ଇମାମ୍‌ଙ୍କର ମୃତ୍ୟୁ ହେଲା ବୋଲି ‘ନେୱାର୍କ ପବ୍ଲିକ୍‌ ସେଫ୍ଟି ଡାଇରେକ୍ଟର୍‌’ ଫ୍ରିଜ୍‌ ଫ୍ରାଞ୍ଜି କହିଛନ୍ତି।
ଗୁଳିକାଣ୍ଡ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମସ୍‌ଜିଦ୍‌ର ପ୍ରବେଶ ପଥଠାରୁ ମାତ୍ର ୧୦ ଫୁଟ୍‌ ଦୂରରେ ଥିବା ପାର୍କିଙ୍ଗ୍‌ସ୍ଥଳରେ ଶରିଫ୍‌ ପଡ଼ିଥିଲେ। ତାଙ୍କ ଦେହରେ ଏକାଧିକ ଗୁଳିଚୋଟଜନିତ କ୍ଷତ ସୃଷ୍ଟି ହୋଇଥିଲା।
ସମ୍ପ୍ରତି ନ୍ୟୁଜର୍ସି ଅନ୍ତର୍ଗତ ନେୱାର୍କ ସହର ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗୁଳିକାଣ୍ଡର ଉଦ୍ଦେଶ୍ୟ ବିଷୟରେ ପୁଲିସ କିଛି ଟେର୍‌ ପାଇନାହିଁ।
ଇମାମ୍‌ ହେବା ସହିତ ୨୦୦୬ରୁ ଶରିଫ୍‌ ‘ନେୱାର୍କ ଲିବର୍ଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ରେ ଜଣେ ପରିବହନ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ‌ଜାରି କରିଥିବା ବିବୃତିରେ ଏୟାର୍‌ପୋର୍ଟ କହିଛି, ତାଙ୍କ ମୃତ୍ୟୁ ଖବର ପାଇ ଆମେ ଅତ୍ୟନ୍ତ ଦୁଃଖିତ। ତାଙ୍କ ପରିବାରବର୍ଗ, ବନ୍ଧୁ ଓ ସହକର୍ମୀମାନଙ୍କ ପ୍ରତି ଆମର ସମବେଦନା।

ad-week
Leave A Reply

Your email address will not be published.