କୁଳପତିଙ୍କ ମନମୁଖି କାର୍ଯ୍ୟ ବିରୋଧରେ କର୍ମଚାରୀଙ୍କ ଆନ୍ଦୋଳନ…

add-all

23fbe713-1b63-438e-91d7-7e7db533fa45-750x430

ସମ୍ବଲପୁର: ଛଟେଇ ପ୍ରତିବାଦରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ମନଇଛା କାର୍ଯ୍ୟରୁ ଛଟେଇ କରିବା, ଛୁଟିଦିନ ଅଫିସ ନଆସିଲେ ଦରମା କାଟିବା, କର୍ମଚାରୀଙ୍କୁ ଗାଳିଗୁଲଜ, କର୍ମଚାରୀଙ୍କ ମଧ୍ୟରେ ପକ୍ଷପାତିତା, ଦରମା ସବୁ ମାସରେ ବିଳମ୍ବରେ ଦେବା ଆଦିର ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯେଉଁମାନଙ୍କୁ ବାହାର କରାଯାଇଛି, ସମସ୍ତଙ୍କୁ ପୁନଃ ନିଯୁକ୍ତି ଦିଆିଯବା ପାଇଁ ଦାବି କରାଯାଇଛି। ବିଗତ ୩ ବର୍ଷ ମଧ୍ୟରେ ପ୍ରାୟ ବହୁ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏ ପର୍ଯ୍ୟନ୍ତ ମଧ୍ୟ ପ୍ରତି ମାସରେ କର୍ମଚାରୀଙ୍କୁ ବହିଷ୍କାର ଚିଠି ରୀତିମତ ଦିଆଯିବା ସହ ଅପଦସ୍ତ କରାଯାଉଛି। ଲିଖିତ ଆକାରରେ ଭୁଲ୍‌ ମାଗିବା ପାଇଁ ବାଧ୍ୟ କରାଯାଉଛି। ଏପରି ମାନସିକ ଚାପରେ କର୍ମଚାରୀମାନେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ବିନା କାରଣରେ କର୍ମଚାରୀମାନଙ୍କୁ ବାରମ୍ବାର ଚାକିରିରୁ ବାହାର କରିଦେବାର ଧମକ୍ ଦିଆଯାଉଛି।
କୁଳପତି ନିଜ ବିଶେଷ ବ୍ୟକ୍ତିଙ୍କର ପରିବାର ଲୋକଙ୍କୁ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ନିଜର ବିଦ୍ୟାର୍ଥୀକୁ ବିଶ୍ବବିଦ୍ୟାଳୟରେ ଚାକିରି ଦେବା ସହ ଆହେତୁକ ଅନୁକମ୍ପା ଦେଖାଇ ତାଙ୍କର ଦରମା ବୃଦ୍ଧି କରାଯାଉଛି, ଯାହାକି ଅନ୍ୟ କର୍ମଚାରୀମାନଙ୍କ ସହ ପକ୍ଷପାତିତା ହେଉଥିବା ଆନ୍ଦୋଳନରତ କର୍ମଚାରୀମାନେ କହିଛନ୍ତି। ପରୀକ୍ଷା ତାରିଖ ଧାର୍ଯ୍ୟ କରାନଯାଇ ଫର୍ମପୂରଣର ସୂଚନା ପ୍ରକାଶ କରାଯାଉଛି, ଯାହା ଦ୍ବାରା ଦୂରଦୁରାନ୍ତର ବିଦ୍ୟାର୍ଥୀ ଏବଂ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୧ ଜାନୁଆରି ଦିନ ସ୍ଥାୟୀ କ୍ୟାମ୍ପସରେ ରଖାଯାଇଥିବା ସମ୍ମିଳନୀରେ ସମସ୍ତ କର୍ମଚାରୀଙ୍କୁ ଖୋଲା ଭାବରେ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ‌ସେତିକି ନୁଏଥି ସହିତ କର୍ମଚାରୀମାନଙ୍କୁ ରାତାରାତି ପୁଲିସ ମାଧ୍ୟମରେ ଉଠେଇ ନେବାକୁ ଧମକ ଦିଆଯାଉଛି, ଯାହାଦ୍ଵାରା କର୍ମଚାରୀଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ad-week
Leave A Reply

Your email address will not be published.