ଯୁକ୍ତ ଦୁଇ କଲେଜରେ NEET ଓ JEE ପାଇଁ କୋଚିଂ ଆରମ୍ଭ…

add-all

college students

ଭୁବନେଶ୍ବର : ଗୁରୁବାରଠାରୁ ଯୁକ୍ତ ଦୁଇ କଲେଜରେ ଆରମ୍ଭ ହୋଇଛି NEET ଓ JEE ପାଇଁ କୋଚିଂ। ଭର୍ଚ୍ଚୁଆଲ ମୋଡରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଏହି କୋଟିଂ ଦିଆଯିବ। ଏଥିଲାଗି କଲେଜରେ ସ୍ମାର୍ଟ TV ଓ ଇଣ୍ଟରଆକ୍ଟିଭ୍ ପାନେଲ୍ ବ୍ୟବସ୍ଥା କରାଯାଇଛି।
ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା, NEET ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଯୋଜନା ହୋଇଛି।
ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରିବେ। ଅନଲାଇନ୍ କ୍ଲାସ ସମୟରେ ପିଲାଙ୍କୁ ସହାୟତା କରିବାକୁ କଲେଜ୍ କର୍ତ୍ତୃପକ୍ଷ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି।
ଏନେଇ ବିଜେବି ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି, ଏହା ସରକାରଙ୍କ ଏକ ଅଭିନବ ପ୍ରୟାସ । ଏହି କୋଚିଂ ସମ୍ପୂର୍ଣ୍ଣ ମାଗଣା। ଘରୋଇ କୋଚିଂ ସେଣ୍ଟରରେ ପିଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାର ସମ୍ପୂର୍ଣ୍ଣ ଦେୟମୁକ୍ତ ରଖିଛନ୍ତି । ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ବେଶ୍‌ ଉପକୃତ ହୋଇ ପାରିବା ସହ ନିଜ ଆଶା ପୂରଣ କରି ପାରିବେ।

ad-week
Leave A Reply

Your email address will not be published.