ଘନକୁହୁଡ଼ିରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରିବ ବିମାନ…

Airline_1568777642170

ଭୁବନେଶ୍ୱର : ଘନ କୁହୁଡ଼ିରେ ବି ବିମାନ ଅବତରଣ କରିପାରିବ। ପାଇଲଟଙ୍କୁ ରନ୍‌ୱେ ଦୃଶ୍ୟମାନ ହେବ। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ କାଟାଗୋରୀ-୨ ଭିଜନ ସମ୍ପ୍ରସାରଣ ପାଇଁ କାମ ଚାଲିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିପାଇଁ ରନ୍‌ୱେରେ ୪୦ କୋଟି ଟଙ୍କା ବ୍ୟୟରେ ସେଣ୍ଟର ଲାଇଟ୍‌ ଲଗାଯାଉଛି, ଯାହାକି ରନ୍‌ୱେ ତଳେ ରହିବ। ମାର୍ଚ୍ଚ ୩୧ ସୁଦ୍ଧା ଲାଇଟିଂ ବ୍ୟବସ୍ଥା ସରିବ। ଏହାପରେ ଭୁବନେଶ୍ୱର ବିମାନବନ୍ଦରରେ ଇନ୍‌ଷ୍ଟ୍ରୁମେଣ୍ଟାଲ ଲାଇଟିଂ ସିଷ୍ଟମ ଲଗାଯିବ। ଏହାଦ୍ୱାରା ୩ଶହ ମିଟର ଯାଏ ଦୃଶ୍ୟମାନ ଦୂରତାରେ ବିମାନ ଅବତରଣ କରିପାରିବ। ଏବେ ୫ଶହ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରିପାରୁଛି। କାଟାଗୋରୀ-୨ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୨ ଏକର ଜମି ବିମାନବନ୍ଦର ନାମରେ କରିଥିଲେ ମଧ୍ୟ ଜବରଦଖଲ ସମସ୍ୟାରୁ ହସ୍ତାନ୍ତର ହୋଇପାରିନି। ରାଜ୍ୟ ସରକାର ଶୀଘ୍ର ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି। ଜମି ମିଳିଲେ ମେ’ ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦର କାଟାଗୋରୀ-୨ ଦୃଶ୍ୟମାନ ବିମାନବନ୍ଦରରେ ହେବ।

ad-week
Leave A Reply

Your email address will not be published.