ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…

add-all

girl-child-abuse-rape-victim-fear-cry-rapist-shut-750x430

ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ବୁଧବାର ସଂଧ୍ୟାରେ ଘର ବାହାରି ବୁଲୁଥିଲେ। କିନ୍ତୁ ବିଳମ୍ବିତ ରାତି ହୋଇଗଲା ପଛେ ଝିଅ ଘରକୁ ନଫେରିବାରୁ ବ୍ୟଥିବ୍ୟସ୍ତ ହୋଇ ପଡ଼ିଥିଲେ।

ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ଶେଷରେ ନଈ ନିକଟରେ ଥିବା ଏକ ବୁଦା ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ସଇଁନ୍ତଳା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ନାବାଳିକାଙ୍କୁ ନ୍ୟାୟ ଦାବିରେ ବଜରଙ୍ଗ ଦଳର ଶତାଧିକ କର୍ମୀ ସଇଁତଳା ଥାନା ଘେରାଉ କରିଛନ୍ତି। ତେବେ ଏ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.