ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ, ପ୍ରଚାର କରିବେ କେନ୍ଦ୍ରିୟ ନେତା…

add-all

modi-jogi-saha

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ଲାଭ କରି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାରେ ବସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆସନରେ ନିଜର ପ୍ରଚାରକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ରର ହେବିଓ୍ବେଟ ନେତାଙ୍କୁ ପ୍ରଚାର ମୈଦନାକୁ ଓହ୍ଲାଇବାକୁ ଯାଉଛି ବିଜେପି।

ଦଳରର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ରାଉରକେଲାରେ ରଣନୀତି ତିଆରି କରୁଛି। ଏଥିପାଇଁ ସଂଗଠନର ତୁଙ୍ଗ ନେତା ବିଏସ ସନ୍ତୋଷ ଏବଂ ପ୍ରଭାରୀ ସୁନୀଲ ବଂଶଲଙ୍କ ନେତୃତ୍ବରେ ରୋଡମ୍ୟାପ ତିଆରି ହେଉଛି। ରାଜ୍ୟ ପଦାଧିକାରୀ, ଜିଲ୍ଲାର ନେତାଙ୍କୁ ନେଇ ବୈଠକ ପରେ ବୈଠକ ହେଉଛି। ବୈଠକରେ ରାଜ୍ୟ ରାଜନୀତି ବାବଦରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ କଥା ଅବଗତ କରାଉଛନ୍ତି। କିଭଳି ସଂଗଠନ ସହିତ ବୁଥ ମଜବୁତ ହେବ ତାଉପରେ ପ୍ରାଥମିକ ଭାବେ ଫୋକସ କରୁଛି ଦଳ।

ବିଜେଡିର ପ୍ରତିଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ଅଛି। ଆରଏସଏସର ମୁଖ୍ୟ ମୋହନ ଭାଗବତ ମଧ୍ୟ ଓଡ଼ିଶାରେ ପାଞ୍ଚ ଦିନ ହେବ ଅଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ସମସ୍ତ ଶାଖା କିଭଳି ସକ୍ରିୟ ହେବ ସେ ନେଇ ବିଚାର ବିମର୍ଷ ଚାଲିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ସମସ୍ତ ଲୋକସଭା ଆସନରେ ପ୍ରଚାର କିଭଳି ପ୍ରଭାବୀ ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ଉପମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବେ ବୋଲି ଜୟନାରାୟଣ କହିଛନ୍ତି। କିନ୍ତୁ କେଉଁ ତାରିଖରେ କିଏ ଏବଂ କେଉଁଠିକୁ ଆସିବେ ପ୍ରଚାର ପାଇଁ ଏଥିପାଇଁ ଏକ ବୈଠକ ବସିବ ଏହାପରେ ସ୍ଥିର ହେବ।

ad-week
Leave A Reply

Your email address will not be published.