
ପିସିସି ସଭାପତି ଆହୁରି କହିଛନ୍ତି, ଆମ ଫୋକସରେ ସଂସଦୀୟ ସହ ବିଧାନସଭା କ୍ଷେତ୍ର ରହିଛି। ବିଜେଡି-ବିଜେପି ମିଶିକି ଅଛନ୍ତି। ତେଣୁ ସାଂସଦ ଜିତିଲେ ବିଜେପିର ହୋଇଯିବ। ତେଣୁ ସେମାନେ ଓଡ଼ିଶା କଥା ଚିନ୍ତା କରୁନାହାନ୍ତି। ୨୧ ଜାଗାରେ ୪୨ ବରିଷ୍ଠ ନେତା ରହିଲେ ବି ଲୋକଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ। ପୂର୍ବରୁ ସେମାନେ ୧୫ ଲକ୍ଷ ଦେବେ ବୋଲି କହି ଲୋକଙ୍କୁ ଠକିଛନ୍ତି।
ଅଢେ଼ଇ ଲକ୍ଷ ଯୁବକ ଆମ ସହିତ ସାମିଲ ହୋଇଛନ୍ତି। ବିଜେଡି ଯେତେ ଫୋକସ୍ କଲେ ଏଥର ଯୁବ ଭୋଟର ବିଜେଡି ସପକ୍ଷରେ ଯିବେ ନାହିଁ। ଯୁବ ବିଜୁ ବାହିନୀ କୁଆଡ଼େ ଗଲା ? ନବୀନ ସରକାର ଯୁବକଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି। ଏବେ ଯିବେ କୁଆଡେ ? କହିଥିଲେ ୨ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ବୋଲି, ଚାକିରି କାହିଁ ?