ଏଥର ଯୁବ ଭୋଟର ବିଜେଡି ସପକ୍ଷରେ ଯିବେ ନାହିଁ: ଶରତ ପଟ୍ଟନାୟକ

add-all

sarat

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ପଦଯାତ୍ରା କାର୍ଯ୍ୟକ୍ରମର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ସରକାରକୁ ଆସିବ। ବିଜେପି ଓ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଥିଲେ। ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ କରୁଥିବା ଦଳ ଆଜି ସରକାରରେ ଅଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଦଳ କେବଳ ଲୋକଙ୍କୁ ଦିବା ସ୍ୱପ୍ନ ଦେଖାଇଛନ୍ତି। ନବୀନ ସରକାର ଯୋଜନା ପରେ ଯୋଜନା ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲେଇଛନ୍ତି। ନବୀନ ସରକାର ଦୁର୍ନୀତିରେ ଲିପ୍ତ ରହିଥିବା ସରକାର। ମହିଳା ଓ ଯୁବ ବିରୋଧୀ ସରକାର। ଶେଷରେ ଏବେ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି।ପଶ୍ଚିମବଙ୍ଗର ଅବସ୍ଥା ଓଡ଼ିଶାରେ ହେବ। ବିଜେପି ଓ ବିଜେଡିର ବିକଳ୍ପ କଂଗ୍ରେସ। ଆମର ଯେଉଁ ଯୋଜନା ଅଛି, ତାହା ରାହୁଲ ଗାନ୍ଧୀ ଆସିଲେ ଘୋଷଣା କରିବେ।

ପିସିସି ସଭାପତି ଆହୁରି କହିଛନ୍ତି, ଆମ ଫୋକସରେ ସଂସଦୀୟ ସହ ବିଧାନସଭା କ୍ଷେତ୍ର ରହିଛି। ବିଜେଡି-ବିଜେପି ମିଶିକି ଅଛନ୍ତି। ତେଣୁ ସାଂସଦ ଜିତିଲେ ବିଜେପିର ହୋଇଯିବ। ତେଣୁ ସେମାନେ ଓଡ଼ିଶା କଥା ଚିନ୍ତା କରୁନାହାନ୍ତି। ୨୧ ଜାଗାରେ ୪୨ ବରିଷ୍ଠ ନେତା ରହିଲେ ବି ଲୋକଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ। ପୂର୍ବରୁ ସେମାନେ ୧୫ ଲକ୍ଷ ଦେବେ ବୋଲି କହି ଲୋକଙ୍କୁ ଠକିଛନ୍ତି।

ଅଢେ଼ଇ ଲକ୍ଷ ଯୁବକ ଆମ ସହିତ ସାମିଲ ହୋଇଛନ୍ତି। ବିଜେଡି ଯେତେ ଫୋକସ୍ କଲେ ଏଥର ଯୁବ ଭୋଟର ବିଜେଡି ସପକ୍ଷରେ ଯିବେ ନାହିଁ। ଯୁବ ବିଜୁ ବାହିନୀ କୁଆଡ଼େ ଗଲା ? ନବୀନ ସରକାର ଯୁବକଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି। ଏବେ ଯିବେ କୁଆଡେ ? କହିଥିଲେ ୨ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ବୋଲି, ଚାକିରି କାହିଁ ?

ad-week
Leave A Reply

Your email address will not be published.