ଧାର୍ଯ୍ୟ ସ୍ଥାନରେ ପହଞ୍ଚିଲା ଆଦିତ୍ୟ L1

Aditya_L1_1704539579

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରିଯାବ ବୋଲି ଇସ୍ରୋ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।
ଆଦିତ୍ୟ ଏଲ୍‌-୧ର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ନିଜ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା କହିଛନ୍ତି ମୋଦି। ଏଥିସହ ଭାରତୀୟ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା ମଧ୍ୟ କରିଛନ୍ତି।
ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିବାର ଅଭିଜ୍ଞତା ରହିଛି । ହେଲେ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ L1 ଚାରିପଟେ ବୁଲିବା ପାଇଁ ଆଦିତ୍ୟକୁନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ଥିଲା।
L1 ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ ପ୍ରଭାବ ପକାଉଥିବାରୁ, ଏହା ଚାରିପଟେ ଆଦିତ୍ୟ L1 ପରିକ୍ରମା କରି ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିପାରିବ ଏବଂ ନୂଆ ନୂଆ ତଥ୍ୟ ସଂଗ୍ରହ କରିପାରିବ। ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ L1 ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଯାତ୍ରା ବେଳର ଏହି ୪ ମାସ ଭିତରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇବାରେ ସଫଳ ହୋଇଛି।

ad-week
Leave A Reply

Your email address will not be published.