ବିଚ୍‌ ରାସ୍ତାରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା, ୮ ଗିରଫ

add-all

IMAGE_1704535866

ପୁନେ : ଦିନ ଦ୍ୱିପହରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି। ବିଚ୍‌ ରାସ୍ତାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମହାରାଷ୍ଟ୍ରର ପୁଣେର ଗ୍ୟାଙ୍ଗଷ୍ଟର ଶରଦ ମୋହୋଲଙ୍କୁ ତାଙ୍କ ଓ୍ୱେଡିଂ ଆନିର୍ଭସରୀ ଦିନ ତାଙ୍କରି ହିଁ ଗ୍ୟାଙ୍ଗର କିଛି ଲୋକେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି।
ପୁଲିସ ସୂଚନା ମୁତାବକ, ଶୁକ୍ରବାର ତିନିରୁ ଚାରି ଜଣ ଆକ୍ରମଣକାରୀ ୪୦ ବର୍ଷିୟ ମୋହୋଲଙ୍କୁ ଦିନ ଦ୍ୱିପହରେ କେଥରୁଡର ସୁତାରଦରାରେ ଅତି ନିକଟରୁ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିବା ବେଳେ ଦୁଇଟି ଗୁଳି ତାଙ୍କ ଡାହାଣ କାନ୍ଧରେ ବାଜିଥିଲା। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ସେପଟେ ପୁଲିସ ଏହି ମାମଲାରେ ଏକ ଗାଡି ଉପରେ ଚଢ଼ାଉ କରି ୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ପିସ୍ତଲ, ତିନୋଟି ମ୍ୟାଗାଜିନ୍‌ ଓ ୫ଟି କାରତୁସ ଜବତ କରାଯାଇଛି। ଜମି ଓ ଟଙ୍କା ବିବାଦକୁ ନେଇ ଗ୍ୟାଙ୍ଗଷ୍ଟର ମୋହୋଲଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।
ପୁଲିସ କହିବା ମୁତାବକ, ମୋହୋଲଙ୍କ ବିରୋଧରେ ହତ୍ୟା ଓ ଡକାୟତି ଭଳି ଅନେକ ମାମଲା ରୁଜୁ ହୋଇଥିଲା। ୟେରୱାଡା ଜେଲରେ ଥିବା ଭାରତୀୟ ମୁଜାହିଦ୍ଦିନ ସଦସ୍ୟ ମହମ୍ମଦ କଟିଲ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲା, କିନ୍ତୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ad-week
Leave A Reply

Your email address will not be published.