ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର

add-all

ajoy-kumar-

ଭୁବନେଶ୍ବର: ଓଡ଼ିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର। ସେ କହିଛନ୍ତି, ବାହାର ଲୋକଙ୍କୁ ହଟାଅ, ଓଡ଼ିଆଙ୍କୁ ଆଣ। ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। ବାହାର ଲୋକ ଓଡ଼ିଶାରେ ଚାକିରି, ମାଇନିଂ ଓ ରାଜନୀତିକୁ ଅକ୍ତିଆର କରିଛନ୍ତି।
ଏଣେ ନୂଆ ପ୍ରଭାରୀଙ୍କୁ ନେଇ ଉତଫୁଲିତ କଂଗ୍ରେସ ଶିବିର। ବିମାନ ବନ୍ଦରରେ ନୂତନ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ ବିଧାୟକଙ୍କ ଉପସ୍ଥିତିରେ ବାଇକ ରାଲି କରି କଂଗ୍ରେସ ଭବନକୁ ପ୍ରଭାରୀଙ୍କୁ ପାଛୋଟି ଆଣିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତା ଓ ବିଭିନ୍ନ କମିଟିର ସଦସ୍ୟଙ୍କ ସହ ସଂଗଠନ ଓ ଆସନ୍ତା ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ।

ad-week
Leave A Reply

Your email address will not be published.