ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

add-all

IMAGE_1704521302

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ବନ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।
କିଛି ଦିନ ତଳେ କୁଲଡ଼ିହା ରେଞ୍ଜ୍ ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ଏକ ମୃତ ହାତୀକୁ ଠାବ କରାଯାଇଥିଲା। ପାଟ୍ରୋଲିଂରେ ଢିଲା ଯୋଗୁ ହାତୀର ମୃତ୍ୟୁ ନେଇ ବିଳମ୍ବରେ ଜଣାପଡ଼ିଥିଲା। ସେଥିପାଇଁ ଉଭୟ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଥିବାରୁ ଜୟନ୍ତ କୁମାର ପ୍ରଧାନଙ୍କୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ଓ ମନୋହର ସିଂଙ୍କୁ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟ୍‌ର ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି।
ଅନ୍ୟପକ୍ଷରେ ମୃତ ହାତୀଟି ମାଈ କି ଅଣ୍ଡିରା ଜଣାପଡ଼ିନାହିଁ। ସେହିଭଳି ତା’ର ସ୍ୱାଭାବିକ ମୃତ୍ୟୁ ହୋଇଥିଲା ତା ଶିକାରୀ ତାକୁ ମାରି ଦେଇଥିଲେ, ତାହା ଜଣାପଡ଼ିନାହିଁ। ଏସବୁ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯାଇଛି।

ad-week
Leave A Reply

Your email address will not be published.