ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ପାଇଁ ପ୍ରସ୍ତୁତି ବୈଠକ

GDJ5SvQb0AAhp7U-750x430

ଭୁବନେଶ୍ବର: ୨୦୨୪ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ ନିମନ୍ତେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ଏହି ସମାରୋହ ନିମନ୍ତେ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଶ୍ରୀ ସିଂ ସମୀକ୍ଷା କରିଥିଲେ।
ସମାରୋହର ସିଧା ପ୍ରସାରଣ, ଗଣମାଧ୍ୟମ ପରିଚାଳନା, ପ୍ରାତଃ ସମୟରେ ରାମଧୂନ୍ ପରିବେଷଣ ଇତ୍ୟାଦି ସହିତ ସାଧାରଣ ଜନତା, ବିଶିଷ୍ଟ ଅତିଥି ତଥା ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ପ୍ରଜ୍ଞାପନ ମେଢ ସାଧାରଣତନ୍ତ୍ର ସମାରୋହରେ ସାମିଲ ହେବ। ରାଜ ଭବନଠାରୁ ଗାନ୍ଧୀମାର୍ଗ ପଥର ଉଭୟ ପାର୍ଶ୍ବ ଜାତୀୟ ପତାକାରେ ସଜ୍ଜିତ ହେବ।

ad-week
Leave A Reply

Your email address will not be published.