ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ…

add-all

Elephant_1704605523-750x430

ଢେଙ୍କାନାଳ: ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ଦନ୍ତା ହାତୀ । ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ, ଦନ୍ତା ହାତୀଟି ବୌଦ୍ଧରେ ଧନ ଜୀବନ ହାନି କରିବା ସହ ଘର ଭାଙ୍ଗି ଫସଲ ହାନି କରି ଆସୁଥିଲା । ସେଥିପାଇଁ ଗତକାଲି ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନକୁ ନେଇ ଆସିଥିଲେ ବନ ବିଭାଗ । ଆଜି ସକାଳେ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ରହିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିବା ସମୟରେ ମାତ୍ରାଧିକ ନିଶା ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଦନ୍ତା ହାତୀଟିର ମୃତ୍ୟୁର ପ୍ରକୃତ କାରଣ କିନ୍ତୁ ଏଯାବତ୍ ଅସ୍ପଷ୍ଟ ରହିଛି।

ଦନ୍ତାର ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିୟୋଜିତ ହୋଇଛନ୍ତି ସ୍ଵତନ୍ତ୍ର ଟିମ୍ । ଅନ୍ୟପକ୍ଷରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ad-week
Leave A Reply

Your email address will not be published.